ଭୁବନେଶ୍ୱର ୦୫।୦୪ : କ୍ଷୁଧାମୁକ୍ତ ଓଡ଼ିଶା ସ୍ବପ୍ନ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା । ଏବେ ମାସକୁ ମୁଣ୍ଡ ପିଛା ୫କେଜି ବଦଳରେ ମିଳିବ ୧୦ କେଜି ଚାଉଳ। ଏଥର ମୋଦି ସରକାର ଦେବେ ୫କେଜି ଓ ମୋହନ ସରକାର ଦେବେ ୫କେଜି ଚାଉଳ। ମାସକୁ ମୁଣ୍ଡପିଛା ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ମିଳିବ । ପ୍ରାୟ ୩ କୋଟି ୨୨ଲକ୍ଷ ହିତାଧିକାରୀଙ୍କୁ ଏହି ମାଗଣା ଚାଉଳ ବଣ୍ଟାଯିବ। ଏଥିପାଇଁ ମାସକୁ ୭୩୪ କୋଟି ବ୍ୟୟ ବରାଦ ହୋଇଛି। ବର୍ଷକୁ ଅତିରିକ୍ତ ୮ ହଜାର ୮୧୩ କୋଟି ଟଙ୍କା ଆର୍ଥିକ ବୋଝ ସରକାରଙ୍କ ଉପରେ ପଡ଼ିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ବିଧାନସଭା ଚାଲିଥିଲା ବେଳେ କାହିଁକି ଘୋଷଣା କଲେନି । FCI ଚାଉଳ ଉଠାଉନି ତାକୁ ମ୍ୟାନେଜ କରିବାକୁ ବାଣ୍ଟିବେ। ଏବେ ୮ ହଜାର କୋଟି ଖର୍ଚ୍ଚ କରିବେ ଏପଇସା ଋଣ କରିବେନି ତ । ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖିକି ଏଭଳି କରୁଛନ୍ତି ସରକାର।
ସେପଟେ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣା ଯୋଜନାକୁ ବିଜେଡି ପ୍ରତିକ୍ରିୟାରେ କହିଛି ଯେ, କେନ୍ଦ୍ର ରାଜ୍ୟରୁ ଚାଉଳ ନ ଉଠାଇବା ଫଳରେ ସରକାର ଲୋକଙ୍କୁ ଆଉ ୫ କେଜି ଚାଉଳ ଦେବାକୁ ବାଧ୍ୟ ହେଲେ। ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହାକୁ କରାଯାଇଛି ବୋଲି ବିଜେଡି ବିଧାୟକ ଅନନ୍ତ ନାୟଣ ଜେନା କହିଛନ୍ତି।

