Pen

ମାଲକାନଗିରି : ଗୋଡ଼ରେ ଲେଖି ମାଟ୍ରିକ ପାସ କଲେ ଲକ୍ଷ୍ମୀ ।  ପ୍ରମାଣ କରିଦେଲେ ଦୃଢ ଇଚ୍ଛା ଶକ୍ତି ଥିଲେ ବ୍ୟକ୍ତି କିଛି ବି କରିପାରେ ।  ପରୀକ୍ଷା ସମୟରେ ରାଜ୍ୟରେ ବେଶ ଚର୍ଚ୍ଚାରେ ଥିଲେ ମାଲକାନଗିରି ବନ୍ଦଗୁଡା ଗାଁର ଦିବ୍ୟାଙ୍ଗ ଝିଅ ଲକ୍ଷ୍ମୀ ଖେମୁଡୁ ।  ହାତ ଗୋଡ ଅଚଳ ଥିବା ବେଳେ ହୁଇଲ ଚେୟାର ହେଉଛି ତାଙ୍କର ଏକମାତ୍ର ଭରଷା । ସତିଗୁଡା ଉଚ୍ଚ ବିଦ୍ୟାଳୟରେ ମଧ୍ଯ ସେ ହୁଇଲ ଚେୟାର ବସି ପରୀକ୍ଷା ଦେବାକୁ ଯାଇଥିଲେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ମାଟ୍ରିକ ପାସ କରିବା ପରେ ଖୁସିରେ ପୂରା ପରିବାର ।  ଚଳିତବର୍ଷ ବାର୍ଷିକ ମାଧ୍ଯମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲାର ପାସ ହାର ରାଜ୍ୟର ହାରାହାରି ପାସ ହାରଠାରୁ ଅଧିକ ରହିବା ସହ ସର୍ବାଧିକ ଏ ଗ୍ରେଡ ପାଇ ଶୀର୍ଷରେ ରହିଛି । ବାର୍ଷିକ ମାଧ୍ଯମିକ ପରୀକ୍ଷାରେ ଜିଲ୍ଲାରୁ ୨୨ ଛାତ୍ରୀଛାତ୍ର ୯୦ ପ୍ରତିଶତ ଅଧିକ ମାର୍କ ରଖ୍ କୃତକାର୍ଯ୍ୟ ହୋଇଛନ୍ତି ।

Share