1200 675 26608698 1099 26608698 1777779958753 1024x576

ନୂଆଦିଲ୍ଲୀ:ଦିଲ୍ଲୀର ବିବେକ ବିହାରର ଏକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟା ୪୭ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପରେ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାନୁଯାୟୀ, ଫ୍ଲାଟର ଦ୍ବିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା । ଲୋକମାନେ ନିଜକୁ ବଞ୍ଚାଇବାକୁ ଫ୍ଲାଟ ଭିତରୁ ବାହାରି ଦୌଡିଥିଲେ । ଏହି ଅଗ୍ନିକାଣ୍ଡ ଏସି ବିସ୍ଫୋରଣ ଯୋଗୁଁ ହୋଇଥିବା ତଦନ୍ତରୁ ଜଣାପଡିଛି।

ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇ ୧୪ଟି ଅଗ୍ନିଶମ ବାହିନୀ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୋଠା ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ଲୋକ କୋଠା ଭିତରେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୮ ରୁ ୯କୁ ବୃଦ୍ଧି ପାଇଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା ରହିଛି ।

Share