Jajpur 1

ଯାଜପୁର ଟାଉନ୍ : ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ।  ଜଣେ ମୃତ ହୋଇଥିବା ବେଳେ ଉଭୟ ପରିବାରର ୭ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ମୃତକ ହେଲେ ଗୋବିନ୍ଦ ଘଡାଇ। ସମସ୍ତ ଆହତ ବ୍ୟକ୍ତି ଯାଜପୁର ଜିଲ୍ଲା ମୁଖ୍ୟ ଚିକିଶ୍ଚାଳୟରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ତ୍ରିଲୋଚନପୁର ଗ୍ରାମରେ ।

ସୂଚନା ମୁତାବକ ବଡ଼ ତ୍ରିଲୋଚନପୁର ଗ୍ରାମ ର ଗୋବିନ୍ଦ ଘଡାଇ ଓ ନରେନ୍ଦ୍ର ଘଡାଇଙ୍କ ପରିବାର ମଧ୍ୟରେ ଜମିବାଡ଼ି କୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗିଥିଲା । କିଛି ଦିନ ପୂର୍ବରୁ ଉଭୟ ପରିବାର ପକ୍ଷରୁ ମଧ୍ୟ ଥାନାରେ ଆପୋଷ ସମାଧାନ ହୋଇଥିଲା। ଆଜି ସକାଳ ସମୟରେ ଜଣେ ଘର ନିର୍ମାଣ କରିବା ସମୟରେ ଅପର ପକ୍ଷ ଏହାକୁ ବିରୋଧ କରିଥିଲେ । ପ୍ରଥମେ ଉଭୟ ଙ୍କ ପରିବାର ମଧ୍ୟରେ ବଚାସା ହେଲାପରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା।

ଏହି ଜମିବାଡ଼ି ବିବାଦକୁ ନେଇ ଅଦାଲତରେ ମାମଲା ଥିଲାବେଳେ ଦୁଈ ପରିବାର ପକ୍ଷରୁ ଗଣ୍ଡଗୋଳ ହୋଇ ମାଡପିଟ ଜୋରଦାର ହୋଇଥିଲା । ଘଟଣାସ୍ଥଳରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ପରିବାର ର ୭ରୁ ଉର୍ଦ୍ଧ ଲୋକ ଚିକିଶ୍ଚିତ ହେଉଛନ୍ତି। ଖବର ପାଇ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ଏଥିସହ ମୃତ ଶରୀର କୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି ।  ଏହି ମାମଲାକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଯାଜପୁର ଏସଡିପିଓ ତଦନ୍ତ କରିଛନ୍ତି।

Share