ସୋର : ଯୁବକକୁ ହତ୍ୟା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମପୁର ପଞ୍ଚାୟତରେ ଯୁବକଙ୍କୁ ପିଟିପିଟି ମାରି ଦେଇଛନ୍ତି । ମୃତ ଯୁବକ ହେଲେ ସୁଦର୍ଶନ ସୂତାରଙ୍କ ପୁଅ ସୁବାସ । ସେ ଜଣେ ଝିଅକୁ ମୋବାଇଲରେ ପ୍ରେମ ନିବେଦନ କରିଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଜାଣିପାରି ଉତ୍ତକ୍ଷିପ୍ତ ହୋଇ ଝିଅର ପରିବାର ଲୋକ ଗାଡି ସାହାଯ୍ୟରେ ସୁବାସକୁ ଟେକି ନେଇଥିଲେ । ପରେ ବୀରବ୍ରହ୍ମପୁର ସ୍କୁଲ ପରିସରରେ ଥିବା ଅଙ୍ଗନବାଡି ପକ୍କା ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।
ସୁବାସଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୁବାସଙ୍କୁ ପିଟି ପିଟି ମାରିଦେଇଥିବା ସୁବାସର ଭିଣୋଇ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଘଟଣାରେ ସିମୁଳିଆ ପୋଲିସ୍ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

