Delhi rbi fire

ନୂଆଦିଲ୍ଲୀ : ଦିଲ୍ଲୀ ଆରବିଆଇ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ସୂଚନା ମିଳିବା ପରେ ଦମକଳ ବିଭାଗର ୬ଟି ଗାଡି ନିୟୋଜିତ ହୋଇଛି । ଦିଲ୍ଲୀର ଫାୟାର ସର୍ଭିସର ଜଣେ ଅଧିକାରୀଙ୍କ କହିବା ମୁତାବକ, ପାର୍ଲିଆମେଣ୍ଟ ଷ୍ଟ୍ରିଟ ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଲିଡିଂରେ ନିଆଁ ଲାଗିଛି, ଯେଉଁଥିରେ ୬ ଗାଡି ଘଟଣାସ୍ଥଳରେ ଉପସ୍ଥିତ ରହିଛି ।

ଖବର ମୁତାବକ, ଆଜି ଅପରାହ୍ନ ୧ଟା୦୫ ମିନିଟରେ ବିଲିଡିଂର ଛାତ ଉପରେ ଥିବା ସୋଲାର ପ୍ୟାନେଲରେ ନିଆଁ ଲାଗିଯାଇଥିଲା । ଖବର ପାଇ ତୁରନ୍ତ ଦମକଳ ଗାଡି ଘଟଣା ସ୍ଥଳରେ ୧.୨୦ ମିନିଟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଘଟଣାରେ କୌଣସି ହତାହତ ହୋଇନଥିବା ସୂଚନା ମିଳିଛି । ନିଆଁ ସୋଲାର ପ୍ୟାନେଲର ବକ୍ସରେ ଲାଗିଥିଲା ।

ନିକଟରେ ଦିଲ୍ଲୀର ବିବେକ ବିହାର ଅଞ୍ଚଳ ସ୍ଥିତ ୪ର୍ଥ ମହଲାରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ୯ ଜଣଙ୍କର ଜୀବନ ଚାଲିଯାଇଥିଲା । ଏମାନଙ୍କ ଭିତରେ ପିଲା ସାମିଲ ରହିଥିଲେ । ଏସି କମ୍ପ୍ରେସର ଫାଟିବା ଯୋଗୁଁ ନିଆଁ ଲାଗିଥିଲା । ନିଆଁ ଯୋଗୁଁ ଚାରିଆଡେ ଧୂଆଁମୟ ହୋଇଯାଇଥିଲା ।

Share