Wedding m

ଭୁବନେଶ୍ୱର : ବିବାହ ଭୋଜିରେ ନେତାଙ୍କ ଠିଆ ଗୋଇଠା । କର୍ମୀଙ୍କୁ ଗୋଇଠା ମାରି ତଡ଼ିଲେ । ସିସିଟିଭି ସାମ୍ନାକୁ ଆସିବା ପରେ ଅଡୁଆରେ ଉତ୍ତର ଭୁବନେଶ୍ୱରର ଜଳନ୍ଧର ସୁବୁଦ୍ଧି । ଏନେଇ ଜଳନ୍ଧରଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ସର୍ବେଶ୍ୱର ପୃଷ୍ଟି। ସାଂଗଠନିକ ବିବାଦ ପାଇଁ ଏଭଳି ଆକ୍ରମଣ କରିଥିବା କହିଛନ୍ତି ଅଭିଯୋଗକାରୀ ।

ନିଜର ପତିଆରା ଓ ଦବଦବା ବୃଦ୍ଧି କରିବାକୁ ନିଜ ଦଳର କର୍ମଚାରୀଙ୍କୁ ଗୋଇଠା ମାରିବା ସହ ତଡ଼ି ଦେଇଥିବା ଅଭିଯୋଗ ହୋଇଛନ୍ତି । ଘଟଣାଟି ଗତ ରବିବାର ସନ୍ଧ୍ୟାରେ ପୁରୀ ବାଏପାସରେ ଥିବା ଏକ ମଣ୍ଡପରେ ଘଟିଥିଲା । ଗୋଇଠା ମାରିବା ସମୟର ସିସିଟିଭି ଫୁଟେଜ ପୋଲିସ ନିକଟରେ ଦାଖଲ କରିଛନ୍ତି ସର୍ବେଶ୍ବର ।  ଅନ୍ୟପଟେ ସର୍ବେଶ୍ବରଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ଜଳନ୍ଧର । ତେବେ ଏନେଇ ଜଳନ୍ଧର ପୃଷ୍ଟିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Share