ତାମିଲନାଡୁ : ତାମିଲନାଡ଼ୁରେ ସରକାର ଗଠନ ପାଇଁ କସରତ ଆରମ୍ଭ ହୋଇଛି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟିଛନ୍ତି ଟିଭିକେ ମୁଖ୍ୟ ଥାଲାପତି ବିଜୟ । ରାଜ୍ୟପାଳଙ୍କୁ ଭେଟି ସରକାର କଂଗ୍ରେସ ସହ ଟିଭିକେ ମିଶି ସରକାର ଗଠନ ପାଇଁ ଦାବି ରଖିଛନ୍ତି ବିଜୟ । ଟିଭିକେକୁ କଂଗ୍ରେସର ସମର୍ଥନ ମିଳିଛି । ଟିଭିକେ ପକ୍ଷରୁ ରାଜ୍ୟପାଳଙ୍କୁ ୧୧୨ ବିଧାୟକଙ୍କ ହସ୍ତାକ୍ଷର ପତ୍ର ଦିଆଯାଇଛି । କିନ୍ତୁ ରାଜ୍ୟପାଳ ୧୧୮ ବହୁମତ ଥିବା ହସ୍ତାକ୍ଷରପତ୍ର ଆଣିବାକୁ କହି ଫେରାଇ ଦେଇଛନ୍ତି ।
ଟିଭିକେ ୧୦୮ ଆସନରେ ବିଜୟୀ ହୋଇଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୮ । ତେଣୁ ମ୍ୟାଜିକ୍ ନମ୍ବରରୁ ୧୦ଟି ଆସନ ପଛରେ ରହିଛି ଟିଭିକେ । ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ହେବା ନେଇ ସୂଚନା ରହିଛି । ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏପଟେ ଟିଭିକେର ନିର୍ବାଚିତ ବିଧାୟକଙ୍କୁ ଏକ ନାମିଦାମୀ ହୋଟେଲରେ ରଖାଯାଇଛି । ସମସ୍ତଙ୍କ ବିଧାୟକଙ୍କୁ ଉପରେ କଡା ନଜର ରଖାଯାଇଛି ।
ଟିଭିକେ ପକ୍ଷରୁ ରାଜ୍ୟପାଳଙ୍କୁ ୧୦୭+୫ ଅର୍ଥାତ୍ ୧୧୨ ବିଧାୟକଙ୍କ ହସ୍ତାକ୍ଷର ପତ୍ର ଦିଆଯାଇଛି । କିନ୍ତୁ ରାଜ୍ୟପାଳ ୧୧୮ ବହୁମତ ଥିବା ହସ୍ତାକ୍ଷରପତ୍ର ଆଣିବାକୁ କହି ଫେରାଇ ଦେଇଛନ୍ତି । ଆଉ ଟିଭିକେ ଏଥିପାଇଁ କିଛି ସମୟ ମାଗିଛି ।
ସେପଟେ ଟିଭିକେ କାର୍ଯ୍ୟାଳୟରେ କଂଗ୍ରେସ ନେତା । ଟିଭିକେ ମୁଖ୍ୟ ଥାଲାପତି ବିଜୟଙ୍କୁ ଭେଟିଛନ୍ତି । ଚେନ୍ନାଇ ଟିଭିକେ ମୁଖ୍ୟାଳୟରେ ଭେଟିଛନ୍ତି କଂଗ୍ରେସ ନେତା । କଂଗ୍ରେସ ନେତାଙ୍କୁ ସ୍ବାଗତ କରିଛନ୍ତି ତାମିଲନାଡ଼ୁ ଭାବି ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ। ଟିଭିକେକୁ କଂଗ୍ରେସ ସମର୍ଥନ ଘୋଷଣା କରିଛି ।

