Farmer kalahandi

କଳାହାଣ୍ଡି : ପୁଣି ଗର୍ଜିଲେ ଚାଷୀ । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ଚଳିତ ରବି ଚାଷ ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚିତ ଚାଷୀ। ଶୁଣିଲାନି ସ୍ଥାନିୟ ପ୍ରସାଶନ କି ସରକାର ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଲେ ଚାଷୀ  l ଆଜି ଜାତୀୟ ରାଜପଥ ୨୬ ଅବରୋଧ କରିବା ସହିତ କୋକସରାରେ ଦୋକାନ ବଜାର ବନ୍ଦ କରାଯାଇଛି l

ଚଳିତ ରବି ଋତୁ ରେ ଉପର ଇନ୍ଦ୍ରାବତୀ ମେଗା ଲିଫ୍ଟ ଜଳ ସେଚନ କୁ ଭରସା କରି ଚାଷ କରି ଥିଲେ ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଲକର ଚାଷୀ  l ଚଳିତ ରବି ଋତୁ ରେ ପ୍ରାୟ ୧୮,୮୮୫ ହେକ୍ଟର ଚାଷଜମିରେ ହୋଇଛି ଚାଷ । ଚାଷ ଅମଳ ବେଳେ ଏବେ ବିକ୍ରି ପଞ୍ଜୀକରଣ ଚାଷୀ ଙ୍କୁ ଚିନ୍ତା  l ଜଳସେଚିତ ୪ ବ୍ଲକ ଅଞ୍ଚଳ ର ଚାଷୀମାନେ ଚଳିତ ରବିଧାନ ବିକ୍ରିପଞ୍ଜିକରଣରୁ ବଞ୍ଚିତ ରହିଛନ୍ତି ।

ଗତ ମାର୍ଚ୍ଚ ୧୦ ରୁ ୨୫ ପର୍ଯ୍ୟନ୍ତ ରବିଧାନ ବିକ୍ରି ପାଇଁ ପି ପାସ ପୋର୍ଟାଲ ରେ ଅନ୍ୟାନ୍ୟ ଅଂଚଳ ର ଚାଷୀ ପଞ୍ଜିକରଣ ହୋଇଥିବା ବେଳେ ମେଗାଲିଫ୍ଟ ଅଞ୍ଚଳ ଚାଷି ଙ୍କ ପାଇଁ କୌଣସି ଅନ୍ୟ ବିକଳ୍ପ ନ ଥିବାରୁ ହଜାର ହଜାର ଚାଷୀ ପଞ୍ଜିକରଣ ରୁ ବାଦ ପଡିଛନ୍ତି । ଏନେଇ ଚାଷି ସଙ୍ଗଠନ ଓ ଜନ ପ୍ରତିନିଧି ଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ସମେତ ବିଭାଗୀୟ ସଚିବ ଙ୍କୁ ଭେଟି ଅଭିଯୋଗ ଉପସ୍ଥାପନ କରିବା ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାର ପକ୍ଷରୁ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ, ଓଲଟା ରାଜ୍ୟ ସରକାର ସଚିବ ସରୋଜ କୁମାର ପଣ୍ଡାଙ୍କ କାର୍ଯ୍ୟାଳୟରୁ ଲାଞ୍ଜିଗଡ଼ ବିଧାୟକ ଙ୍କ ଅଭିଯୋଗ କୁ ନେଇ ମିଳିଥିବା ଚିଠି ଚାଷୀକୁଳ ଙ୍କୁ ନିରାଶା ମଧ୍ୟକୁ ଠେଲି ଦେଇଛି । ସଚିବ ଙ୍କ ଚିଠି ରେ ବର୍ତ୍ତମାନ ସ୍ଥିତି ରେ ମେଗାଲିଫ୍ଟ ଅଞ୍ଚଳର ଚାଷି ଙ୍କ ଧାନ କ୍ରୟ ନେଇ କୌଣସି ସମ୍ଭାବନା ନାହିଁ ବୋଳି ସ୍ପଷ୍ଟୀକରଣ ଦିଆଯାଇଛି । ଏହାକୁ ନେଇ ଚାଷୀ ଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କୁ ନେଇ ଅସନ୍ତୋଷ ବୃଦ୍ଧି ପାଇବା ସହଆଜି ବାଧ୍ୟ ହୋଇ ଚାଷୀ ମାନେ କୋକସରା ରେ ଦୋକାନ ବଜାର ବନ୍ଦ କରିବା ସହିତ ଜାତୀୟ ରାଜପଥ ୨୬ କୁ ଅବରୋଧ କରିଛନ୍ତି  l ଫଳରେ ଭବାନୀପାଟଣା ଓ ଜୟପୁର ମଧ୍ୟରେ ଯାତୟାତ ଠପ୍ ହୋଇଛି  l ସେମାନଙ୍କ ଦାବୀ ହାସଲ ନ ହେବା ଯାଏଁ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି  l

Share