ଭୁବନେଶ୍ୱର : ତେଜୁଛି ବାଲିଅନ୍ତା ହିଂସା ଘଟଣା । ଅଡଶପୁର ଯାଏ ପହଁଚିଲା ତାତି। ଚାରି ଛକ ଓ ନଖରା ରାସ୍ତା ଅବରୋଧ। ଅଡଶପୁର ନିକଟରେ ରାସ୍ତା ଅବରୋଧ କରିଛନ୍ତି ମୃତ ସୋମ୍ୟଙ୍କ ପରିବାର। ରାସ୍ତା ଉପରେ ମୃତଦେହ ରଖି କାର୍ଯାନୁଷ୍ଠାନ ଦାବି କରିଛନ୍ତି। ମଉଜପୁର ଗାଁରେ ଉତ୍ତେଜନା ଲାଗି ରହିଛି। ପୋଷ୍ଟମର୍ଟମ ପରେ ସୌମ୍ୟଙ୍କ ମୃତଦେହ ଗାଁକୁ ଅଣାଯାଉଥିଲା । କିନ୍ତୁ ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଥିବା ପ୍ରତିବାଦରେ ଫୁଲନଖରା-ନିଆଳି ରାସ୍ତାକୁ ମୌଜପୁର ନିକଟରେ ଗ୍ରାମବାସୀମାନେ ଅବରୋଧ କରିଛନ୍ତି ।
ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ପୋଲିସର ଅବହେଳା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ । ଗତକାଲି ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ୍ ନିକଟରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ସୌମ୍ୟଙ୍କୁ ରକ୍ଷା କରିବା ପରିବର୍ତ୍ତେ ଏକ ମାଲବାହୀ ଗାଡ଼ିରେ ବାନ୍ଧି ଡାକ୍ତରଖାନା ନେଇଯାଇଥିଲେ ।
ଏପଟେ ବାଲିଅନ୍ତାରେ ସୌମ୍ୟରଞ୍ଜନଙ୍କୁ ପିଟିପିଟି ହତ୍ୟା ଘଟଣାରେ ବେଣୁପୁର ଗାଁରେ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ। ଭିଡିଓ ଆଧାରରେ ଏକାଧିକ ଲୋକ ଙ୍କୁ ଚିହ୍ନଟ କରାଯାଇଛି। ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥାନ ବୁଲି ଦେଖିଛନ୍ତି। ପୋଲିସ ପହଞ୍ଚିବା ପୂର୍ବରୁ ଗାଁ ଲୋକ ମାଡ଼ ମାରିଥିବା କହିଛନ୍ତି ଶୋଭନା ମହାନ୍ତି । ଯୁବକଙ୍କୁ ମାଡ଼ ମାରି ଗୁରୁତର କରିଥିଲେ ସ୍ଥାନୀୟ ଲୋକେ । ପ୍ରଥମେ ଦୁଇ ଯୁବତୀଙ୍କ ଘରକୁ ଯାଇ ବୟାନ ରେକର୍ଡ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା।
ନିରପେକ୍ଷ ତଦନ୍ତ ହେବ କହିଲେ ଅଧ୍ୟକ୍ଷା । ଦୁଇ ପୀଡ଼ିତାଙ୍କ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି କହିଛନ୍ତି । ତଦନ୍ତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରାଯିବ । ଏହାସହ ବାଲିଅନ୍ତା ଥାନାରେ ମହିଳା କମିଶନ ଅଧ୍ୟକ୍ଷା ତଦନ୍ତର ରିପୋର୍ଟ କପି ଯାଂଚ କରିଛନ୍ତି । ଏଫଆଇ ଆର କପି ଓ ଷ୍ଟେଟମେଣ୍ଟ ରେକର୍ଡର ତଥ୍ୟ ନେଇଛନ୍ତି । ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟର ତଥ୍ୟ ସଂଗ୍ରହ କରିଛନ୍ତି । ଅନ୍ୟପଟେ ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇଛନ୍ତି । କୌଣସି ଦୋଷୀଙ୍କୁ ଛଡା ଯିବ ନାହିଁ ବୋଲି କହିଛନ୍ତି ପୋଲିସ କମିଶନର।
ସେପଟେ ଅନ୍ୟପଟେ ଘଟଣାରେ ମୁହଁ ଖୋଲିଛନ୍ତି ଦୁଇ ଅଭିଯୋଗକାରିଣୀ । କହିଛନ୍ତି ମୃତ ସୌମ୍ୟ ରଞ୍ଜନ ଓ ତାଙ୍କ ସାଙ୍ଗ ଅସଦାଚରଣ କରିଥିଲେ । ଉଭୟ ଯୁବକ ପୂରା ନିଶାରେ ଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି। ନିଶାରେ ଡ୍ରେସ ଚିରିବା ସହ ଦୁଷ୍କର୍ମ ଉଦ୍ୟମ କରୁଥିଲେ । ତେବେ ସ୍ଥାନୀୟ ଲୋକେ ଆସିଲେ ବୋଲି ଆଜି ବଞ୍ଚିଯାଇଥିବା ଯୁବତୀ କହିଛନ୍ତି ।
ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଦୁଇ ଅଭିଯୋଗକାରିଣୀ । ତାଙ୍କୁ ଓ ସାଙ୍ଗକୁ ମୃତ ସୌମ୍ୟ ରଞ୍ଜନ ଓ ତାଙ୍କ ସାଙ୍ଗ ଅସଦାଚରଣ କରିଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ୨ ଯୁବକଙ୍କୁ ଆଗରୁ କେବେ କେଉଁଠି ଦେଖିନଥିବା ଯୁବତୀ କହିଛନ୍ତି। ମାଉସୀ ଘରକୁ ଯିବା ବେଳେ ବାଟରେ ସୌମ୍ୟ ଓ ତାଙ୍କ ସାଙ୍ଗ ପ୍ରଥମେ କିଛି କହିଥିଲେ। ପରେ ପଛକୁ ଫେରି ଗାଡ଼ିକୁ ଧକ୍କା ଦେଇ ଅସଦାଚରଣ କରିଥିବାର ଅଭିଯୋଗ ଆଣିଛନ୍ତି। ଉଭୟ ଯୁବକ ପୂରା ନିଶାରେ ଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି। ନିଶାରେ ଡ୍ରେସ ଚିରିବା ସହ ଦୁଷ୍କର୍ମ ଉଦ୍ୟମ କରୁଥିଲେ । ତେବେ ସ୍ଥାନୀୟ ଲୋକେ ଆସିଲେ ବୋଲି ଆଜି ବଞ୍ଚିଯାଇଥିବା ଯୁବତୀ କହିଛନ୍ତି । ଗିରଫ ହୋଇଥିବା ଗ୍ରାମବାସୀଙ୍କୁ ଛାଡିବାକୁ ଦାବି କରିଛନ୍ତି।

