ସୋରଡ଼ା : ସୋରଡ଼ାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ସେଣ୍ଟ୍ରାଲ ରେଞ୍ଜ ଅଧୀନ ଖପରାଗଣ୍ଡା ଶିବାନୀ ରାଇସ ମିଲ ନିକଟରେ ଗୋଟିଏ ହରିଣକୁ ଅସାଧୁ ବ୍ୟକ୍ତି ମାରିଦେଇଥିବା ଅଭିଯୋଗ ହୋଇଛି । ଗାଁ ନିକଟ ଜଙ୍ଗଲରେ ଅଧିକାଂଶ ସମୟରେ ହରିଣ, ସମ୍ବର ଦେଖା ଦିଅନ୍ତି । କିଛି ଅସାଧୁ ବ୍ୟକ୍ତି ଆଜି ଗୋଟିଏ ବଡ଼ ହରିଣକୁ ଗୋଡାଇ ଗୋଡ଼ାଇ ବାଡ଼େଇଥିଲେ । ଏହାପରେ ଏକ କାତିରେ ହାଣିଦେଇଥିଲେ । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଖବର ପାଇ ବନବିଭାଗ ପହଞ୍ଚି ତରବରିଆ ଭାବେ ହରିଣକୁ ବ୍ୟବଚ୍ଛେଦ ପାଇଁ ନେଇଥିବା ଜଣାପଡ଼ିଛି । ରେଞ୍ଜର ସିସିଟିଭି ଫୁଟେଜକୁ ଜବତ କରି ଘଟଣାର ତଦନ୍ତ କରୁଛନ୍ତି । ତେବେ ଏହି ଜଙ୍ଗଲରେ ବାରମ୍ବାର ପଶୁ ଶିକାର ହେଉଥିବା ଖବର ଆସୁଥିଲେ ମଧ୍ୟ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

