ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା ଘାଇରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରା ଯାଇଛି। ବର୍ତ୍ତମାନ ସୁଦ୍ଧା ସେହି ବ୍ୟକ୍ତିଙ୍କ ପରିଚୟ ଜଣା ପଡିନାହିଁ। ଚନ୍ଦ୍ରଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ ଚଳାଇଛି। ଶନିବାର ସକାଳେ ଗ୍ରାମର କିଛି ବ୍ୟକ୍ତି ସେହି ଘାଇକୁ ଗାଧୋଇବାକୁ ଯାଇଥିବା ବେଳେ ଶବଟି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପୁଲିସକୁ ଜଣାଇବା ପରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଛନ୍ତି।

