ତାମିଲନାଡୁ : ତାମିଲନାଡୁରେ ବିଜୟଙ୍କ ଯୁଗ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲପତି ବିଜୟ । ୧୯୭୬ ପରେ ପ୍ରଥମ ଅଣଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଉପସ୍ଥିତ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଚେନ୍ନାଇ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଐତିହାସିକ ଶପଥ ସମାରୋହ ହୋଇଛି ।
ବିଜୟଙ୍କ ଦଳକୁ ମିଳିଲା ସମ୍ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା । ୧୩ ତାରିଖ ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ ବୋଲି ଲୋକଭବନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ରାଜ୍ୟପାଳ ଟିଭିକେକୁ ସରକାର ଗଠନ ଅନୁମତି ଦେଇଛନ୍ତି ।
ଅନ୍ୟପଟେ ବିଜୟଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ହୋଇଛି । ବିଜୟଙ୍କ ସହ TVK ର ୯ ବିଧାୟକ ମନ୍ତ୍ରୀ ଭାବେ ନେଲେ ଶପଥ । ମନ୍ତ୍ରୀ ଭାବେ ଶପଥ ନେଲେ ଏନ . ଆନନ୍ଦ ଓ ଅଦାବ ଅର୍ଜୁନ । TVK ମହାସଚିବ କେ.ଜି ଅରୁଣରାଜ ମନ୍ତ୍ରୀ ଭାବେ ଶପଥ ନେଲେ । ଅଭିଜ୍ଞ କେ.ଏ ସେଙ୍ଗୋଟେୟନ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଲେ । ଥିରୁ ଭେଙ୍କଟରମଣନ, ନିର୍ମଲ କୁମାର, ରାଜମୋହନ, ଟିକେ ପ୍ରଭୁ ନେଲେ ଶପଥ । ଏକମାତ୍ର ମହିଳା ମନ୍ତ୍ରୀ ଭାବେ ଶପଥ ନେଲେ ସେଲଭି ଏସ୍. କୀର୍ତ୍ତନା ।

