Miami

ଆମେରିକା : ଆମେରିକାର ଫ୍ଲୋରିଡାରେ ମିଆମି ବିଚ୍ ନିକଟରେ ଥିବା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ହାଉଲୋଭର ସ୍ୟାଣ୍ଡବାରରେ ବୋଟ୍ ବିସ୍ଫୋରଣ ହୋଇଛି । ଡଙ୍ଗାରୁ ଗ୍ୟାସ୍ ଲିକ୍ ହେବା ପରେ ବିସ୍ଫୋରଣ ଘଟିଥିବା ଜଣାପଡିଛି ।

ସୂଚନାନୁଯାୟୀ, ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ହାଉଲୋଭର ସ୍ୟାଣ୍ଡବାରରେ ଏକ ବୋଟ୍ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ସେଠାରେ ଥିବା ଲୋକଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ଖେଳିଯାଇଛି । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଭୟଙ୍କର ବିସ୍ଫୋରଣରେ ୧୧ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ବୋଟ୍ ଭିତରେ ହଠାତ୍ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଏହି ବଡ଼ ବିସ୍ଫୋରଣ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ତେବେ ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ।

Share