ନୟାଗଡ଼: ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ମୁଣ୍ଡ ଗଡ଼ିଲା । ଓଡ଼ଗାଁ ଥାନା ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ଚୋରା ମାଙ୍କଡ଼ା ପଥର ଖଣି ଚାଲି ଥିବା ବେଳେ, ଏହାକୁ ସ୍ଥାନୀୟ ଲୋକ ମାନେ ବିରୋଧ କରି ଆସୁଥିଲେ । କଦଳୀ ବନ୍ଧ ଠାର ମାଙ୍କଡ଼ା ପଥର ନୋଝେଇ ଗାଡ଼ିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ ମଧ୍ୟ, ପୋଲିସ ଆସି ନଥିଲା । ପରେ ଖଣି ମାଫିଆ ମାନେ, ଆକ୍ରମଣ କରିଥିବା ବେଳେ, ଦୁଇ ଜଣ ଖସି ଯାଇଥିଲେ, କିନ୍ତୁ ଓଡ଼ଗାଁ ବିଜୟ ମଣ୍ଡପ ସାହିର ଅଜିତ ସାହୁଙ୍କୁ ମାଫିଆ ମାନେ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତି ।
ଗୋଟିଏ ହାତ ସମ୍ପୂର୍ଣ କାଟି ଦେଇଥିବା ବେଳେ, ଡାହାଣ ହାତ ର ପାପୁଲି ଠାରୁ କାଟି ଦେଇଛନ୍ତି, ଏଥି ସହ ଶରୀର ର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଅଜିତଙ୍କୁ ନ୍ୟାୟ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ଓଡ଼ଗାଁ ନୟାଗଡ଼ ରାସ୍ତାରେ ଶତାଧିକ ଗାଡି ଅଟକି ରହିଛି । ଓଡ଼ଗାଁ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଛି ।

