Crime 2

ବାଲେଶ୍ଵର: ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମରେ ଘର ଛାତ କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠୀର କୋଦାଳ ଆକ୍ରମଣରେ ମହିଳା କମଳା ସେଠୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଅବସ୍ଥା ଗୁରୁତର ହୋଇପଡିଥିଲେ । ପରିବାର ଲୋକ ତାକୁ ଖଇରା ମେଡିକାଲ ଆଣିଥିଲେ । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କୁ ମୃତ ଡାକ୍ତର ମୃତ ଘୋଷଣା କରିଥିଲେ । ଏବିଷୟରେ କମଳାଙ୍କ ପରିବାର ଲୋକ ଖଇରା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗତକାଲି ଗଣ୍ଡଗୋଳ ଘଟଣା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସେହିପରି ଗତକିଛି ଦିନ ତଳେ ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ତ୍ରିଲୋଚନପୁର ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଭୟ ପରିବାରର ୭ ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । ମୃତକ ହେଲେ ଗୋବିନ୍ଦ ଘଡାଇ । ସମସ୍ତ ଆହତ ବ୍ୟକ୍ତି ଯାଜପୁର ଜିଲ୍ଲା ମୁଖ୍ୟ ଚିକିଶ୍ଚାଳୟରେ ଭର୍ତ୍ତି କରାଯାଇଥିଲା ।

Share