ଭୁବନେଶ୍ବର: ଡିଜିପିଙ୍କ ନିର୍ଦ୍ଦେଶ ସମସ୍ତ ଥାନାରେ ସକାଳ ୯ଟା ପୂର୍ବରୁ ଦୈନିକ “ବ୍ରିଫିଂ ପରେଡ୍” ବାଧ୍ୟତାମୂଳକ । ଏଣିକି ପ୍ରତିଦିନ ସକାଳ ୯ଟା ପୂର୍ବରୁ ସମସ୍ତ ଥାନାରେ ବ୍ରିଫିଂ ପରେଡ୍ ଅନୁଷ୍ଠିତ ହେବ । ଅପରାଧ ନିୟନ୍ତ୍ରଣ, ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ଏବଂ ପୋଲିସିଂ ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଲୋକାଭିମୁଖୀ କରିବା ପାଇଁ ପ୍ରତିଦିନ ସକାଳ ୯ଟା ପୂର୍ବରୁ ରାଜ୍ୟର ସମସ୍ତ ଥାନାରେ ନିୟମିତ ଭାବେ ବ୍ରିଫିଂ ପରେଡ୍ ହେବ । ଡିଜିପିଙ୍କ ନିର୍ଦ୍ଦେଶ ପରେ କଟକ ମଙ୍ଗଳା ବାଗ ଥାନା ରେ ସକାଳ ୯ଟାରେ ବ୍ରିଫିଂ ପରେଡ୍ ହୋଇଛି । କୌଣସି ଥାନାରୁ ଅନିୟମିତାର ଅଭିଯୋଗ ବା ଅବହେଳାର ପ୍ରମାଣ ମିଳିଲେ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

