Youth v

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭଷ୍ମା ଥାନା ଅଞ୍ଚଳରେ ବର୍ବରତା ! । ଯୁବକଙ୍କୁ ଘୋଷାଡ଼ି ନେଇ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ । ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅଞ୍ଚଳରେ ବର୍ବର ଘଟଣା ଘଟିଛି। ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି ମଣ୍ଟୁ ଶତନାମୀ । କୌଣସି କଥାକୁ ନେଇ ୨ ତାରିଖ ରାତି ୧୦ଟାରୁ ୧୧ଟା ମଧ୍ୟରେ ଶିବା ପଟେଲ ନାମକ ଜଣେ ଯୁବକ ନିଜର କିଛି ସହଯୋଗୀଙ୍କ ସହ ଘରୁ ଟାଣି ଆଣି ମାଡ଼ ମାରିଥିଲେ । ପରେ ଅଧ କିଲୋମିଟର ଘୋଷଡ଼ି ନେବା ପରେ ବାଇକ୍ ରେ ବସାଇ ଯୋଗୀମାଲ ଗାଁର ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ବହୁତ ନେହୁରା ହୋଇଥିଲେ ବି ଅଭିଯୁକ୍ତ ଶିବା ଓ ତା’ ସହଯୋଗୀ କିଛି ଶୁଣି ନଥିଲେ। ମାଡ଼ରେ ତାଙ୍କ ସାରା ଦେହ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଗଲା ।

ଏହି ସମୟରେ ଭଷ୍ମା ଥାନାରେ ଜଣେ ଏଏସ୍ ଆଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମଣ୍ଟୁଙ୍କୁ ଉଦ୍ଧାର କରି ମଙ୍ଗସପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ପୋଲିସ ଅଧିକାରୀ ପହଞ୍ଚି ନଥିଲେ, ମଣ୍ଟୁଙ୍କୁ ପିଟି ପିଟି ମାରି ଦେଇଥାନ୍ତେ ବୋଲି କୁହାଯାଉଛି । ମଣ୍ଟୁଙ୍କ ପତ୍ନୀ ଡୁଲେଶ୍ବରୀ ଭଷ୍ମା ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ତନାଘନା ଚଲାଇଛି ।

Share