Accident

କୁଚିଣ୍ଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅନ୍ତର୍ଗତ ପେଟ୍ରୋଲ ପମ୍ପ ନିକଟରେ  ଅଘଟଣ । ଏକ ପିକ ଅପ ସାଙ୍ଗେ ବାଇକ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।  ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି । ଆଉ ଜଣେ ସଂକଟାପର୍ଣ୍ଣ ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ମୃତକ ଚିନ୍ମୟ ଠାକୁର ଓ ଗଗନ ପାତ୍ର ତଥା ଗୁରୁତ୍ତର ଶିଶିର ଠାକୁର ସମସ୍ତେ କୁଚିଣ୍ଡା ଥାନା  ଛେପରାବେଡା ଅଞ୍ଚଳର ହୋଇଥିବା ଜଣାପଡିଛି । ସେପଟେ ମହୁଲପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ  କରୁଛି ।

Share