Hati k

ଅନୁଗୁଳ : ଟ୍ରେଞ୍ଚରେ ପଡ଼ିଥିବା ହାତୀଛୁଆ ସୁରକ୍ଷିତ ଭାବେ ଉଦ୍ଧାର। ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀପଲ ମଧ୍ୟରୁ ଏକ ହାତୀଛୁଆ ଟ୍ରେଞ୍ଚରେ ପଡିଯାଇଥିଲା । ବନବିଭାଗ ପକ୍ଷରୁ ହାତୀଛୁଆକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଟ୍ରେଞ୍ଚ ଭିତରେ ଖସି ପଡ଼ିଥିଲା ହାତୀ ଛୁଆ । ସାହାଯ୍ୟ ପାଇଁ ଟ୍ରେଞ୍ଚ ଚାରିପାଖରେ ଜଗି ରହିଥିଲେ ହାତୀପଲ। ବନ ବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆର ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ।

ଅନୁଗୁଳ ପମ୍ପାସର ରେଞ୍ଜ ନୂଆସାହି ନୂଆପଡ଼ାରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ନୂଆସାହି ନୂଆପଡ଼ା ନିକଟରେ ହାତୀପଲ ଯାଉଥିବା ବେଳେ ଆଜି ଭୋରୁ ଏକ ଛୋଟ ହାତୀ ବନ ବିଭାଗ ଦ୍ଵାରା ଖୋଳାଯାଇଥିବା ଟ୍ରେଞ୍ଚ ଭିତରକୁ ଖସି ପଡ଼ିଥିଲା । ଛୁଆ ହାତୀକୁ ଉଦ୍ଧାର କରିବାକୁ ହାତୀପଲ ରଡ଼ି କରି ଟ୍ରେଞ୍ଚ ଚାରିପାଖରେ ଘୁରି ବୁଲୁଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ ଜେସିବି ସହାୟତାରେ ରାସ୍ତା ଖୋଳି ହାତୀ ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Share