Nuapada

ନୂଆପଡ଼ା : ଚାଷ ଜମିକୁ ଜଳ ଅଭାବରେ ରବି ଧାନ ଫସଲ ନଷ୍ଟ ।  ପ୍ରତିବାଦରେ ଡ୍ୟାମ ପାଣିରେ ବୁଡ଼ି ଜଳ ସତ୍ୟାଗ୍ରହ ।  ନୂଆପଡ଼ା ଜିଲ୍ଲା ପତୋରା ଡ୍ୟାମ ପାଣିରେ ବୁଡ଼ି ଜିଲ୍ଲା କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ।  ନୂଆପଡ଼ା ଜିଲ୍ଲା ପତୋରା ଅପରଜୋଙ୍କ ଜଳସେଚନ ପ୍ରକଳ୍ପରେ ଜଳ ସଙ୍କଟ ଯୋଗୁଁ ଚାଷୀଙ୍କ ପ୍ରାୟ ୪ ହଜାର ରବିଧାନ ଫସଲ ନଷ୍ଟ ହୋଇଛି ।

କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ସହାୟତା ଯୋଗାଇ ଦେବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ଅଭିନବ ଉପାୟରେ ଜଳ ସତ୍ୟାଗ୍ରହ କରିଛି ।  ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝିଙ୍କ ନେତୃତ୍ୱରେ ଶତାଧିକ କ୍ଷତିଗ୍ରସ୍ତ ଚାଷୀମାନେ ପତୋରା ଡ୍ୟାମ ପାଣିରେ ବୁଡି ଜଳ ସତ୍ୟାଗ୍ରହ କରିଛନ୍ତି ।

କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୩୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ସହାୟତା ଯୋଗାଇ ଦେବା ସହ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛି କଂଗ୍ରେସ ।  ଯଦି ସରକାର ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି କ୍ଷତିଗ୍ରସ୍ତ ଚାଷୀ ଓ କଂଗ୍ରେସ ନେତା ଚେତାବନୀ ଦେଇଛନ୍ତି  ।  ସୁରକ୍ଷା ପାଇଁ ଡ୍ୟାମ କୂଳରେ ଧରମବନ୍ଧା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମୁତୟନ ହୋଇଛନ୍ତି  ।

Share