ଭୁବନେଶ୍ୱର : ଆସନ୍ତା ୧୪ ତାରିଖରେ ପୋଲିସ ମୁଖ୍ୟାଳୟ ଘେରାଉ କରିବ ବିଜେଡି । କଟକରେ ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ବୀଭତ୍ସ ହତ୍ୟା ଘଟଣାରୁ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବିଜେଡି ଅଭିଯୋଗ କରିଛି । ଦିନକୁ ଦିନ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଢେଙ୍କାନାଳ ଭାପୁର, ପୁରୀ ବଳଙ୍ଗା, ଗଞ୍ଜାମ ହିଞ୍ଜଳି, ବାଲିଅନ୍ତା ଓ ନୟାଗଡ଼ ଘଟଣାକୁ ନେଇ ପୋଲିସ ଉପରେ ଲୋକଙ୍କ ଆସ୍ଥା ବିଶ୍ୱାସ ତୁଟିଛି । ପ୍ରତିବାଦରେ ଆସନ୍ତା ୧୪ ତାରିଖରେ ବିଜେଡି ରାଜ୍ୟ ପୋଲିସ ମୁଖ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଛି ।

