ଯାଜପୁର: ଝୁଲି ପଡ଼ିଲେ ପ୍ରେମୀ ଯୁଗଳ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଈଶ୍ୱରପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଇଶ୍ୱରପୁର ଗାଁର ସମୀର ମଲିକ ଓ ମହାନ୍ତି ପାଟଣା ଗାଁର ସୁରେଖା ମଲ୍ଲିକ । ଆଜି ସକାଳେ ବିଲ ମଝିରେ ଥିବା ଏକ ଗଛରୁ ଉଭୟଙ୍କ ମୃତଦେହ ମିଳିଛି ।
ସୂଚନା ଅନୁସାରେ ସମୀର ଦାସ ଓ ସୁରେଖା ମଲ୍ଲିକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଡି ଉଠିଥିଲା । ଦୀର୍ଘ ଦିନର ଭଲ ପାଇବା ପରେ ଆଜି ପ୍ରେମୀ ଯୁଗଳ ଜୀବବନ ହାରିବା ଘଟଣା ସନ୍ଦେହ ସୃଷ୍ଟି କରିଛି । ମୃତ ଯୁବକ କେରଳର ଏକ ଘରୋଇ କମ୍ପାନୀରେ କାମ କରନ୍ତି । ୧୫ ଦିନ ହୋଇଯିବ ସେ ଘରକୁ ଆସିଥିଲେ କିନ୍ତୁ ପ୍ରେମୀ ଯୁଗଳଙ୍କ ଜୀବନ ହାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକକୂଳ ପରିବେଶ ସୃଷ୍ଟି କରିଛି । ଘଟଣା ସ୍ଥଳରେ ମଙ୍ଗଳପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି ।

