Rape

ଭୁବନେଶ୍ୱର : ରାଜଧାନୀରେ ପୁଣି ଲଜ୍ଜା । ବୟଫ୍ରେଣ୍ଡ୍ ରୁମରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ । ଇଞ୍ଜିନିୟରିଂ ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ଇନଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଘଟଣା ଘଟିଛି । ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସିପୁନ ବେହେରା,ରଞ୍ଜନ ବେହେରା ,ଶୁଭଙ୍କର ପାଢ଼ୀ ଓ ରତିକାନ୍ତ । ଦୁଷ୍କର୍ମ ପଛରେ ବୟଫ୍ରେଣ୍ଡ ଓ ତାର ସାଙ୍ଗ ସାମିଲ ଥିଲେ । ଅଭିଯୁକ୍ତକୁ ଗିରଫ ପରେ ତଦନ୍ତ କରୁଛି ପୋଲିସ ।

ସେହିପରି ଆଜି ରାଜଧାନୀ ସହିଦ ନଗର ସବର ସାହିରେ ଛୁରା ମାଡ଼ ହୋଇଛି । ସାଙ୍ଗର ଛୁରା ମାଡ଼ରେ ସାଙ୍ଗ ଆହତ ହୋଇଛି । ଏକାଠି ତିନି ସାଙ୍ଗ ଭୋଜି କରି ଖାଉଥିବା ସମୟରେ ସାମାନ୍ୟ ବଚସାରୁ ଛୁରା ମାଡ଼ ହେଇଥିବା ସୂଚନା ମିଳିଛି । ଛୁରା ମାଡ଼ରେ ଦୁଇ ସାଙ୍ଗ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କଲା ସହିଦ ନଗର ଥାନା ପୋଲିସ ।  ଛୁରା ମାଡ଼ରେ ରାମ ସୋରେନଙ୍କ ମୁଣ୍ଡରେ ଲାଗିଛି ଶକ୍ତ ଆଘାତ । ତିନି ସାଙ୍ଗକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ସହିଦନଗର ଥାନା ପୋଲିସ ।

Share