ଭୁବନେଶ୍ବର: ଆସନ୍ତା ୨୦ରେ ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ । ବନ୍ଦ ନେଇ ନିଷ୍ପତି ନେଲା ଉତ୍କଳ CHEMIST ଆଣ୍ଡ DRUGIST ଆସୋସିଏସନ୍ । ଅନ୍ ଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଏହି ନିଷ୍ପତ ନେଇଛି ଆସୋସିଏସନ୍ । ଡ୍ରଗ୍ ଆଣ୍ଡ୍ କସମେଟିକ ନିୟମ ଅନୁଯାୟୀ ଅନ୍ ଲାଇନରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ ନାହିଁ । କୋଭିଡ୍ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନ୍ ଲାଇନରେ ଦେବା ପାଇଁ ଅନୁମତି ପ୍ରଦାନ କରିଥିଲେ ।
ହେଲେ ଆଜି ସ୍ଥିତି ସୁଧୁରି ଯିବା ପରେ ମଧ୍ୟ ତାହାକୁ ପ୍ରତ୍ୟାହାର କରିନାହାନ୍ତି । ଯାହା ଫଳରେ ୩୦ହଜାର ସଭ୍ୟଙ୍କ ବ୍ୟାପାରରେ ବ୍ୟାଘାତ ଘଟୁଛି । ଅଢ଼େଇ ଲକ୍ଷ ପରିବାରର ଚିନ୍ତାର କାରଣ ପାଲଟିଛି । ଅନେକ ଆପତ୍ତିଜନକ ଔଷଧ ଯାହା ବିନା ଡାକ୍ତରୀ ଚିଠାରେ ବିକ୍ରି ହେବାକଥା ନୁହେଁ ତାହା ଅନଲାନରେ ବିକ୍ରି ହେଉଥିବା ଅଭିଯୋଗ ଆଣି ଏହି ନିଷ୍ପତି ନେଇଛି UCDA ।

