ଅନୁଗୁଳ: ଅନୁଗୁଳରେ ବଢ଼ିଗଲାଣି ହାତୀ ଉପଦ୍ରବ । ବନ୍ତଳା ରେଞ୍ଜ ଗଡ଼ତଳମୂଳ ଗାଁରେ ମଧ୍ୟରାତ୍ରରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ ହୋଇଛି । ମୃତକ ହେଲେ ତଳମୁଳ ଗାଁର ଆରତ ଭୋଇ ।
ଆରତ ଘରେ ଶୋଇଥିବା ସମୟରେ ହାତୀଟି ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି କୁସୁମପାଟ ଗାଁରେ ମଧ୍ୟ ଜଣେ ମହିଳାଙ୍କୁ ହାତୀ ଦଳି ମାରିଥିଲା । ଲଗାତର ଦୁଇ ଦିନ ଧରି ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିବାରୁ ଗ୍ରାମରେ ଭୟ ଓ ଶୋକର ପରିବେଶ ଖେଳିଯାଇଛି । ବାରମ୍ବାର ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବନ ବିଭାଗ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ସହ ହାତୀ ଘଉଡ଼ାଇବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

