Rape of minor

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପୁଣି ଲଜ୍ଜା । ଛଅ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବୁଧବାର ବାତ୍ୟା ଆଶ୍ରୟସ୍ଥଳୀରେ ସାଙ୍ଗଙ୍କ ସହ ଖେଳୁଥିବା ବେଳେ କୁରୁକୁରି ଦେବାକୁ କହି ଡାକିଥିଲା ଅଭିଯୁକ୍ତ। ଶୌଚାଳୟକୁ ଡ଼ାକି ୨୫ ବର୍ଷର ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ହେଲେ ଗଜେନ୍ଦ୍ର ସ୍ୱାଇଁ । ବ୍ରହ୍ମଗିରି ଥାନାରେ ନାବାଳିକାଙ୍କ ବାପା ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ବିରୋଧରେ ସଂଗୀନ ଦଫା ସହିତ ପୋକ୍ସ ଦଫା ରୁଜୁ ହୋଇଛି । ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି ।

ଗତ ତିନି ଦିନ ପୂର୍ବରୁ, ଏମିତି ଲଜ୍ଜାଜନକ ଘଟଣା ରାଜଧାନୀରେ ଦେଖିବାକୁ ମିଳିଥିଲା । ବୟଫ୍ରେଣ୍ଡ୍ ରୁମରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ । ଇଞ୍ଜିନିୟରିଂ ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ଇନଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଘଟଣା ଘଟିଥିଲା । ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।

Share