ପୁରୀ: ଶ୍ରୀମନ୍ଦିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ଲାଗିବ ନୂଆ କବାଟ । ହସ୍ତୀ ଦ୍ୱାର ତଥା ଉତ୍ତରଦ୍ୱାର ଗୁମୁଟରେ ଲାଗିବ ନୂଆ ପିତ୍ତଳରେ ଆଚ୍ଛାଦିତ ବର୍ମାଟିକ କାଠରେ ପ୍ରସ୍ତୁତ କବାଟ । ଏହା ଦେଖିବା ପାଇଁ ଖୁବ ସୁନ୍ଦର ହୋଇଛି । ଦ୍ୱାରର ଲମ୍ବ ୧୩ ଫୁଟ ୬ ଇଞ୍ଚ, ଚଉଡା ଫ୍ରେମ୍ ୪୨ ଇଞ୍ଚ ୩ ପାଆ, ଦ୍ୱାରର ପଛପଟ ପଟାର ଲମ୍ବ ୧୩ ଫୁଟ ୧୦ ଇଞ୍ଚ୍, ଚଉଡା ୪୮ ଇଞ୍ଚ୍ । ଏଥିରେ ୩ କ୍ୱିଣ୍ଟାଲ ପିତ୍ତଳ ବ୍ୟବହାର କରାଯାଉଛି ।
ଏହି ଦ୍ୱାର କଟକ ନିକଟସ୍ଥ ତାରପୁର ବରତି ଗାଁରେ ପ୍ରସ୍ତୁତ କରାଯାଇଛି । କାରିଗର ପ୍ରମୋଦ ଓଝାଙ୍କ ସହ ସହଯୋଗୀ ମିଶି ତିନିମାସ ଧରି ଦ୍ୱାର ନିର୍ମାଣ କରିଛନ୍ତି । ଆଜି ନୂଆ କବାଟ ଉତ୍ତର ଦ୍ୱାରଠାରେ ପହଞ୍ଚିବା ପରେ ଦ୍ୱାରକୁ ଲଗାଯିବା ପାଇଁ କାମ ଆରମ୍ଭ ହେବ ବୋଲି ନିର୍ମାଣକାରୀ ଆଶା ରଖିଛନ୍ତି ।

