Img 20260517 wa0076 750x430

ସମ୍ବଲପୁର: ସମ୍ବଲପୁରରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁକୁ ଏନକାଉଣ୍ଟର। ପ୍ଲାନେଟୋରିୟମ ଛକ ନିକଟରେ ଏନକାଉଣ୍ଟର କରିଛି ବୁର୍ଲା ଥାନା ପୋଲିସ । ପୋଲିସ ରେଡ୍ କରୁଥିବା ଜାଣି ମନୀଷ ପ୍ରଥମେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରାଯାଇଥିଲା । ଅଭିଯୁକ୍ତର ଡାହାଣ ପାଦରେ ଗୁଳି ବାଜିଛି । ମନୀଷ ସାହୁ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୧୪ଟି ଅପରାଧିକ ମାମଲା ରହିଛି l ମନୀଷ ନିକଟରୁ ଗୋଟେ ବନ୍ଧୁକ, ୩ଟି ଖୋକା, ଗୋଟେ କାର୍ ଓ ୫ଟି ମୋବାଇଲ ଫୋନ୍ ଜବତ ହୋଇଛି ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଝାରସୁଗୁଡାରେ ମଧ୍ୟ ହୋଇଥିଲା ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ ହୋଇଥିଲେ । ଆହତ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର । ଝାରସୁଗୁଡା ବେଲପାହାଡ଼ ଫାଟକରେ ମାରଣାସ୍ତ୍ର ମାଡ଼ରେ ଜଣଙ୍କ ମୃତ୍ୟୁ ଘଟଣାର ଏହି ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଥିଲେ ।

Share