Dgp

ଭୁବନେଶ୍ୱର : ମବ ଲିଞ୍ଚିଂ ଘଟଣା ପରେ ଆକ୍ସନ ମୋଡ଼ରେ ପୋଲିସ ।  ଅସାମାଜିକ ଓ ଅପରାଧୀଙ୍କ ବିରୋଧରେ NSA ।  ଅପରାଧୀଙ୍କ ଜାଗା ଓଡ଼ିଶାରେ ନାହିଁ ବୋଲି କହିଛନ୍ତି ଡିଜିପି ୱାଇ.ବି.ଖୁରାନିଆ ।  ଅପରାଧୀଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ ଏସପିଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।  ଅସାମାଜିକ, ହାର୍ଡକୋର ଅପରାଧୀଙ୍କୁ ବାନ୍ଧି ଭିତରେ ରଖିବାକୁ କହିଛନ୍ତି ।  ମବ ଲିଞ୍ଚିଂ ଘଟଣା ପରେ ସବୁ ଥାନାରେ ସକାଳୁ ବ୍ରିଫିଙ୍ଗ ନେଉଛନ୍ତି ଥାନା ଅଧିକାରୀ  I

କେଉଁଠି କଣ ଘଟଣା ଘଟୁଛି ଥାନା ଅଧିକାରୀ ଜାଣିବା ସହ ଏସପି ଓ ଡିସିପିଙ୍କୁ ଅବଗତ କରାଉଛନ୍ତି  I  ଯେଉଁଠି ଚୋରା ଗଞ୍ଜେଇ ଚାଲାଣ ଓ ନିଶା କାରବାର ହେଉଛି ସେମାନଙ୍କୁ ଗିରଫ କରିବା ସହ ଆକ୍ସନ ନେବାକୁ କୁହାଯାଇଛି ।  ହାର୍ଡକୋର୍ ଅପରାଧୀଙ୍କୁ ଏନକାଉଣ୍ଟର କରିବାକୁ କୁହାଯାଇଛି ।  ଅସ୍ତ୍ରଶସ୍ତ୍ର କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ।

ସ୍ପେଶାଲ ଡ୍ରାଇଭ ଆହୁରି ୧୦ ଦିନ ଚାଲିବ  I  ସବୁ ଥାନାର ଅଧିକାରୀ ଏଥିରେ ସାମିଲ ରହିବେ  I  ଗତ ୫ ଦିନରେ ବହୁତ ବଡ଼ ସଫଳତା ମିଳିଛି  I  ବିଭିନ୍ନ ସ୍ଥାନରୁ ଅସ୍ତ୍ରଶସ୍ତ୍ର ମିଳିଛି  I  ଫେରାର ଅପରାଧୀଙ୍କୁ ଖୋଜା ଚାଲିଛି  I  ୫ ଦିନରେ ୫୦ଙ୍କୁ ବାନ୍ଧି ଜେଲରେ ରଖାଯାଇଛି  I  ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।  ମୋଟ ୧୭ ଶହ ୭୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଡିଜିପି ।

Share