Soumya

ଭୁବନେଶ୍ୱର : ବାଲିଅନ୍ତା ହିଂସା ଘଟଣାରେ ପୁଅକୁ ନ୍ୟାୟ ପାଇଁ ଦିଲ୍ଲୀ ଯିବେ ମାଆ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବି କରିବେ ।  ଆଜି ସୌମ୍ୟଙ୍କ ଏକାଦଶାହରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୃତ ସୌମ୍ୟଙ୍କ ମାଆ ।  ପୋଲିସ ଡିଜିଙ୍କୁ ଖୋଲା ଚ୍ୟାଲେଞ୍ଜ ।  ଅପରାଧୀଙ୍କୁ ଧର ନଚେତ ହ୍ୟାଣ୍ଡ ଓଭର କର  ।  ନିଜେ କରିବି ନିଜ ପୁଅର ହତ୍ୟା କାରୀଙ୍କୁ ସଂହାର ।   ଏଭଳି କୋହଭରା କଥାରେ କାନି ପାତି ନିବେଦନ କରିଛନ୍ତି ମୃତ ସୌମ୍ୟ ରଞ୍ଜନଙ୍ଗ ମାଆ ।

ସେ କହିଛନ୍ତି, ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଛି ।  ଏଯାଏଁ ପୁଅର ମୋବାଇଲ ଡ୍ରେସ ମିଳିନାହିଁ ।  ଯେଉଁ ଗାଡ଼ିରେ ହସ୍ପିଟାଲ ନିଆଯାଇଥିଲା ।  ସେ ଗାଡି ଡ୍ରାଇଭର ଧରିପାରୁନାହାନ୍ତି ।  ଜିମ ସହ ରହିଛି ଅନେକ ରହସ୍ୟ  ।  ଜିମ ମାଲିକ କଳା ଟଙ୍କା ଲଗାଇଥିଲେ ।  ଜିମ ପାଇଁ ସୋମ୍ୟରଞ୍ଜନଙ୍କୁ ଫସାଇଥିଲେ ।  ଭିଜିଲାନ୍ସ ଧରାପଡ଼ିବା ଭୟରେ ଏସବୁ କାରବାର କରାଉଥିଲେ ତେଣୁ ତଦନ୍ତ କରାଯାଉ ।  ସୋମ୍ୟ ସହ ଥିବା ଓମ୍ କୁ ପଚରାଉଚରା କରାଯାଉ ।

ଅନ୍ୟପଟେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ସାଙ୍ଗ ।  କହିଛନ୍ତି, ଘଟଣାଦିନ ସୌମ୍ୟରଞ୍ଜନଙ୍କୁ ଗୋଡ଼ହାତ ବାନ୍ଧି ଯେଉଁ ଡାଲା ଟ୍ରକରେ ତାଙ୍କୁ ମେଡିକାଲ ନିଆଯାଇଥିଲା ତାର ଡ୍ରାଇଭର ଗଲା କୁଆଡ଼େ  ?  ସେହି ଗାଡ଼ିକୁ କାହିଁକି ଏଯାଏ ସିଜ୍ କରାଯାଇନାହିଁ  ।  ସେହି ଗାଡ଼ିରେ ଯେଉଁମାନେ ସୌମ୍ୟଙ୍କୁ ହସ୍ପିଟାଲକୁ ନେଇଥିଲେ ସେମାନେ ହୁଏତ ତାଙ୍କୁ ମାଡ଼ ମାରି ଜୀବନ ନେଇ ଥାଇପାରନ୍ତି ।  ଟ୍ରକରେ ଆସିଥିବା କେତେ ଲୋକଙ୍କୁ ପଚରାଉଚରା ସହ ଗିରଫ କରାଯାଇଛି ।  ଗତ ୭ ତାରିଖରେ ବାଲିଅନ୍ତା ରାମଚନ୍ଦ୍ରପୁରରେ ମବ ଲିଞ୍ଚିଂରେ ଜିଆରପି କନେଷ୍ଟବଳ ସୌମ୍ୟ ରଂଜନ ସ୍ବାଇଁଙ୍କ ମୃତ୍ୟୁ ହୋଇଥିଲା  ।

Share