ଲକ୍ଷ୍ମୀପୁର : କାଳ ବୈଶାଖୀ ନେଇଗଲା ଜୀବନ । ଏମିତି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ । କାଳ ବୈଶାଖୀ ବଜ୍ରପାତରେ ପୃଥକ ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ହଠାତ କାଳ ବୈଶାଖୀ ବର୍ଷା ଆରମ୍ଭ ହୋଇଥିଲା । ଏଥିରୁ ରକ୍ଷା ପାଇବା ପାଇଁ କାଇପଦର ଗାଁ ନିକଟରେ ଥିବା ଡାଳ ଖାଇ ମନ୍ଦିର ପାଖରେ ବର୍ଷା ଯୋଗୁଁ ଦୁଇ ଜଣ ଫେରିବାଲା ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ମାରିବାରୁ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି । ତେବେ ଫେରିବାଲାଙ୍କ ପରିଚୟ ଜଣାପଡ଼ିନି । ସେହିପରି ଡୁମୁରିପଦର ଗାଁରେ ଆମ୍ବ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ର ପାତରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଡୁମୁରିପଦର ଗାଁର ବବୁଲୁ ହିକକା ବୋଲି ଜଣାପଡ଼ିଛି ।

