Dead body 300x173 1 150x150

ଗୋପ : ସାବିତ୍ରୀ ବ୍ରତ ଭଳି ପବିତ୍ର ଦିନରେ ରାମଚଣ୍ଡୀ ଥାନା ଅଧୀନ ମଲିଆତୁଠ ଗ୍ରାମର ନବ ବିବାହିତା ପ୍ରିୟଦର୍ଶନୀ ବେହେରାଙ୍କ ଶନିବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ଖୋରଧା ଜିଲା ବୋଲଗଡ଼ ଥାନା ଅଧୀନ ଶିଖରପଡ଼ା ଗ୍ରାମର ଭାଗବତ ବେହେରାଙ୍କ ଝିଅ ପ୍ରିୟଦର୍ଶନୀ ୫ ମାସ ତଳେ ମଲିଆତୁଠ ଗାଁର ଶଙ୍କର ମାହାରୀଙ୍କ ପୁଅ ବିକ୍ରମଙ୍କୁ ବିବାହ କରିଥିଲେ। ଆଜି ସେ ରହୁଥିବା ଘର ପଙ୍ଖାରେ ଲୁଗା ବାନ୍ଧି ଝୁଲି ପଡ଼ିଥିବା ଶାଶୂଘର ଲୋକେ ରାମଚଣ୍ଡୀ ଥାନାରେ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ସନ୍ଧ୍ୟାରେ ଝିଅର ବାପା ତାଙ୍କ ଝିଅକୁ ଶାଶୂଘର ଲୋକ ନିର୍ଯାତନା ଦେଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି। ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ବାଳ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛନ୍ତି। ଆସନ୍ତା କାଲି ରବିବାର ସାଇଣ୍ଟିଫିକ ଟିମ୍ ଦ୍ବାରା ତଦନ୍ତ କରାଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

Share