Screenshot 2026 05 18 143640

କେନ୍ଦୁଝର:ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା। ଭତ୍ତା ବାଣ୍ଟିବାକୁ ଟଙ୍କା ନେଇ ଯାଉଥିଲେ ପିଇଓ । ଏହି ସମୟରେ ବାଉରୀପଦା ପଞ୍ଚାୟତ ଅଫିସ୍‌ ନିକଟରୁ ଏହି ଲୁଟ୍ ହୋଇଛି । ସଦର ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି ।

ସୋମବାର ସକାଳ ପ୍ରାୟ ୯ ଟା ୪୫ ମିନିଟ ସମୟରେ କେନ୍ଦୁଝର HDFC ବ୍ୟାଙ୍କରୁ ବାଉରିପଦା PEO ଏବଂ ADEO ୮ ଲକ୍ଷ ୧୮ ହଜାର ଟଙ୍କା ଉଠାଇ ପଞ୍ଚାୟତ ଅଭିମୁଖେ ବାଇକରେ ଯାଉଥିଲେ । ସଦର ଥାନା ମୁକୁନା ବଜାର ଠାରୁ କିଛି ଦୂରରେ ପଲସର ବାଇକରେ ଥିବା ତିନି ଜଣ ହଠାତ୍ ସେମାନଙ୍କ ସାମ୍ନାରେ ବାଇକ ରଖି ଟଙ୍କା ବ୍ୟାଗ ମାଗିଥିଲେ । ଏ ଦୁଇ ଜଣ ନଦେବାରୁ ବନ୍ଧୁକ ବାହାର କରି ଏକ ରାଉଣ୍ଡ ଗୁଳି ଫୁଟାଇ ଥିଲେ । ଏହାପରେ ଦୁଇ ଅଧିକାରୀଙ୍କ ପାଖରୁ ଦୁଇଟି ବ୍ୟାଗକୁ ଛଡାଇ ବେଲଦା ଅଭିମୁଖେ ପଳାଇ ଯାଇଥିଲେ ।

ଅଭିଯୋଗ ଅନୁସାରେ, ଲୁଟେରା ହିନ୍ଦୀ ଓ ବଙ୍ଗାଳି ଭାଷାରେ କଥାବାର୍ତ୍ତା ହେଉଥିଲେ । ପିଇଓ ଫୋନ ମାଧ୍ୟମରେ ସଦର ବିଡିଓଙ୍କୁ ତୁରନ୍ତ ଜଣାଇଥିଲେ । ସଦର ପୋଲିସ  ଏହି ଘଟଣାର ତଦନ୍ତ କରୁଛି ।

 

Share