ଭୁବନେଶ୍ଵର:ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ଅବଧି। ମେ’ ୨୫ ତାରିଖ ଯାଏଁ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ। ସୋମବାର ସରୁଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ଅବଧି। ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ତାରିଖରୁ ଆରମ୍ଭ ହୋଇଥିଲା। ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ରୁ ୧୮ ପର୍ଯ୍ୟନ୍ତ ଚାଲିବା ନେଇ ନିଷ୍ପର୍ତ୍ତି କରାଯାଇଥିଲା। କିନ୍ତୁ ଏହାର ଅବଧି ମେ’ ୨୫ ତାରିଖ ବଢ଼ାଇଲା ବୋର୍ଡ। ଅନ୍ଲାଇନ ଜରିଆରେ ବୋର୍ଡ ୱେବସାଇଟ୍ www.bseodisha.ac.inରେ ଫର୍ମ ପୂରଣ ଓ ଦେୟ ଦାଖଲ କରିପାରିବେ । ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ନିଜ ହାଇସ୍କୁଲ ଏବଂ ପତ୍ରମାଧ୍ୟମ ପରୀକ୍ଷାର୍ଥୀ ବୋର୍ଡର ଶାଖା କାର୍ଯ୍ୟାଳୟରେ ଫର୍ମ ପୂରଣ କରିବେ। ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

