Accident

ସୁନ୍ଦରଗଡ : ବାଇକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ରାଜଗାଙ୍ଗପୁର ମାଣ୍ଡିଆକୁଦର ବିଜୁ ଏକ୍ସପ୍ରେସ ୱେରେ ବାଇକ୍ ଦୁର୍ଘଟଣା । ଦୁଇ ବାଇକ ଅରୋହୀଙ୍କ ମୃତ୍ୟୁ ଘଟିଛି । ଜଣେ ରାଜଗାଙ୍ଗପୁର ଓ ଅନ୍ୟ ଜଣେ ରାଉରକେଲା ଅଞ୍ଚଳର । ଉଭୟ ରାଜଗାଙ୍ଗପୁରରୁ ବାଇକ ଯୋଗେ ରାଉରକେଲା ଯିବା ବେଳେ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା ବାଇକ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ରାଜଗାଙ୍ଗପୁର ହସ୍ପିଟାଲ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସେହିପରି ଗତଦୁଇ ଦିନ ତଳେ ନବରଙ୍ଗପୁରରେ ମର୍ମନ୍ତୁଦ ଦୁର୍ଘଟଣାରେ ଏକାସଙ୍ଗରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ । ମୁହାଁମୁହିଁ ଧକ୍କା ହେଲା ଟ୍ରେଲର ଓ କାର । ଅନ୍ୟ ୩ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଥିଲା । ମୃତକ ହେଲେ ନବରଙ୍ଗପୁର ଏକ୍ସ ବୋର୍ଡ ସ୍କୁଲର ଶିକ୍ଷୟତ୍ରୀ ସିଏଚ ଉଷାରାଣୀ ଓ ତାଙ୍କ ଝିଅ । ଉଷାରାଣୀ ନିଜ ପୁଅ, ଝିଅ , ଜ୍ବାଇଁ ଏବଂ ନାତିଙ୍କୁ ନେଇ ପୁରୀ ଯାଇଥିଲେ ।

Share