Untitled 2026 05 19 09 37 29

କଟକ : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଆର ଆଣ୍ଡ ବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ  ଚଢ଼ାଉ ହୋଇଛି । ଭବାନୀପାଟଣା ଗୋଶାଣିମୁଣ୍ଡାରେ ଦୁଇ ମହଲା ଘର । କଳାହାଣ୍ଡି କୋକସରା ପୈତୃକ ଗାଁରେ ଦୁଇ ମହଲା ଘର । ଭବାନୀପାଟଣା କିଟପଦରରେ ଅଛି ଫାର୍ମ ହାଉସ । ଭବାନୀପାଟଣାରେ ରହିଛି ଏକ ଅର୍ଦ୍ଧନିର୍ମିତ ଘର ।

ସରକାରୀ ଅଫିସ ଓ ସରକାରୀ କ୍ୱାଟରରେ ମଧ୍ୟ ଚଢ଼ାଉ ଚାଲିଛି । ଭିଜିଲାନ୍ସର ୬ ଡିଏସପି, ୯ ଜଣ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , ବ୍ୟାଙ୍କ ଆକାଉଣ୍ଟ, ଏଲାଆଇସି, ଜମି କାଗଜପତ୍ରକୁ ତଦନ୍ତ ଚଳାଇଛି ବିଭାଗ । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ  ଚଢ଼ାଉ ହୋଇଛି|

Share