କଟକ : ମହାନଦୀରେ ପୁଣି ଅଘଟଣ । କଟକ ଆୟତପୁର ନିକଟ ମହାନଦୀରେ ବୁଡି ଗଲେ ନାବାଳକ । 4 ଜଣ ସାଙ୍ଗ ମହାନଦୀକୁ ଗାଧେଇବା ପାଇଁ ଆସିଥିଲେ । ଗାଧେଇବା ବେଳେ ଘଟିଲା ବଡ଼ ଅଘଟଣ । ଗରାମ ଗ୍ରାମର 14 ବର୍ଷର ନାବାଳକ ସୋମନାଥ ସେଠି ଗାଧୋଇବାବେଳେ ବୁଡି ଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଖବର ମିଳିବା ପରେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ଗୋଟିଏ ଟିମ ଦୁର୍ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଘଟଣା ସ୍ଥଳରେ କନ୍ଦରପୁର ଥାନା ପୋଲିସ ମଧ୍ୟ ଉପସ୍ଥିତ ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଲେଖାହେବା ପର୍ଯ୍ୟନ୍ତ ନାବାଳକ ସମ୍ପର୍କରେ କିଛି ଖୋଜଖବର ମିଳିନି ।

