Ps

ବ୍ରହ୍ମପୁର : ପ୍ରେମିକ ଘରେ ପ୍ରେମିକାର ଡେଡବଡି ।  ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଏସ ନୂଆଗାଁ ପ୍ରେମିକ ଘରୁ ପ୍ରେମିକାର ମୃତଦେହ ଉଦ୍ଧାର କରାଯାଇଛି  l  ତେବେ ମୃତକ ନାବାଳିକା ଥିବା ସୂଚନା ମିଳିଛି  l  ଏସ, ନୂଆ ଗାଁ ର ଅଜୟ ନାଇକ ୫ ବର୍ଷ ତଳେ ସାମନ୍ତରାପୁର ଗ୍ରାମର ଏକ ଝିଅକୁ ପ୍ରେମ ବିବାହ କରିଥିଲା ।  ଅଜୟର ତିନିଟି କନ୍ୟା ସନ୍ତାନ ରହିଛି  l

ଅଜୟ ଚାରିମାସ ତଳେ ଅନ୍ୟ ଏକ ଝିଅକୁ ଉଠାଇ ଫେରାର ହୋଇ ଯାଇଥିଲା  l  ଏବେ କିଛି ଦିନ ହେଲା ଗାଁ କୁ ଆସି ରହୁଥିଲା ।  ଗତକାଲି ରାତିରେ ନାବାଳିକା ପ୍ରେମିକାର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି  l  ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  l  କ୍ଷତାକ୍ତ ଅବସ୍ଥାରେ ଶବ ପଡ଼ିଥିବା ଯୋଗୁଁ ପ୍ରେମିକ ଅଜୟ ମାରିଦେଇଥିବା ଅନୁମାନ କରାଯାଉଛି  l  ଅଜୟର ପ୍ରଥମ ସ୍ତ୍ରୀ ନିଜ ଛୁଆକୁ ଧରି ଦାଦନ ଖଟିବାକୁ ବାଙ୍ଗାଲୋର ଚାଲି ଯାଇଥିବା ଜଣାପଡିଛି  l  ଘଟଣା ସ୍ଥଳରେ ଜରଡ଼ା ଥାନା ପୋଲିସ୍ ପହଞ୍ଚି ଅଜୟକୁ ଅଟକ ରଖି ତଦନ୍ତ କରୁଛି  l

Share