ଭୁବନେଶ୍ବର: ଏବେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ସହରାଞ୍ଚଳରେ ଥିବା ବିଭିନ୍ନ ନାଳର ମରାମତି କାମ ସହ ପଙ୍କ ଉଦ୍ଧାର ଏବଂ ସଫେଇ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ବଡ଼ ଡ୍ରେନ୍ କଡ଼ରେ ସୁରକ୍ଷା ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ ସୂଚନା ଦେଇଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ବର୍ଷା ଜଳ ଜମୁଥିବା ସ୍ଥାନଗୁଡ଼ିକରେ ବିଭାଗୀୟ କର୍ମଚାରୀଙ୍କ ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଜଳ ନିଷ୍କାସନ କାର୍ଯ୍ୟ କରିବେ । ଅଧିକ ବର୍ଷାର ସମ୍ଭାବନାକୁ ଦେଖି ଅଧିକାରୀମାନଙ୍କୁ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି । ଟ୍ୱିନ୍ ସିଟି ଭୁବନେଶ୍ୱର-କଟକ ଓ ପୁରୀ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ ପ୍ରସ୍ତୁତ କରାଯାଇଛି ।

