Accident

ବରଗଡ଼: ଛାତ୍ର ଉପରେ ମାଡ଼ିଗଲା ବସ୍ । ବରଗଡ଼ ସହର ସ୍ଥିତ ଗାନ୍ଧୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତ ଛାତ୍ର ହେଲେ ରଗବିନ । ରଗବିନ୍ ସ୍କୁଲ ଯାଉଥିବା ବେଳେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ପ୍ରଥମେ ସହର ସ୍ଥିତ ଚିକିତ୍ସାଳୟ ପରେ ଖେଦାପାଲି ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଦୁର୍ଘଟଣା ପରେ ଜନସାଧାରଣଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ମାହୋଲ ସୃଷ୍ଟି ହୋଇଛି । ଜଣେ କୁନି ଛାତ୍ରଙ୍କ ଏଭଳି ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଦୁଃଖ ପ୍ରକାଶ ପାଇଛି । ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର କାରଣ ଓ ବସ୍‌ ଚାଳକଙ୍କ ଭୂମିକା ନେଇ ତଦନ୍ତ ଚାଲିଛି ।

Share