Jatani c

ଭୁବନେଶ୍ୱର : ଜଟଣୀରେ ଇଲେକ୍ଟ୍ରିସିଆନକୁ ହତ୍ୟା । ଖୁଦୁପୁର ଛକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ଅଧରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଅଭିଯୁକ୍ତ ଫେରାର ହୋଇଯାଇଛି । ଏମ୍ସରେ ଚିକିତ୍ସିତ ବେଳେ ମାର୍କଣ୍ଡ ବଳିୟାସିଂଙ୍କ ମୃତ୍ୟୁ ହୋଇଛି ।

ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଏନେଇ ଖୁଦୁପୁର ଛକ ରାସ୍ତାରେ ମାର୍କଣ୍ଡ ବଳିୟାସିଂ ରକ୍ତାକ୍ତ ହୋଇ ରାସ୍ତାରେ ଛଟପଟ ହେଉଥିଲେ । ପାଟ୍ରୋଲିଂ କରୁଥିବା ପିସିଆର କର୍ମଚାରୀ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ଏମ୍ସ ସ୍ଥାନାନ୍ତର କରିଥିଲେ । ମାର୍କଣ୍ଡ ଡେଲାଙ୍ଗ ହରିରାଜପୁର ଅଂଚଳର ହୋଇଥିବା ବେଳେ ସେ ଇଲେକ୍ଟ୍ରି ସବଷ୍ଟେସନରେ କାମ କରୁଥିଲେ । କେହି ଲାଇନ ସପ୍ଲାଏକୁ ନେଇ ରାଗ ରଖି ହତ୍ୟା କରିଥିବା ସଂଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ଏହାସହ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ଜେରା ମଧ୍ୟ କରୁଛି । ହତ୍ୟାକାଣ୍ଡ ପଛରେ ପୂର୍ବଶତ୍ରୁତା ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Share