ପୋଷ୍ଟ୍ରେ ସେ ଲେଖିଥିଲେ ଯେ ସେ ତାଙ୍କର ୨ ପିଲାଙ୍କ ସହ ଜୀବନ ହାରିଦେବେ। ସ୍ଥାନୀୟ ଲୋକ କର୍ତ୍ତୃପକ୍ଷଙ୍କୁ ଖବର ଦେବାପରେ ପୁଲିସ ଏବଂ ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଖାପାଖି ୩ ଘଣ୍ଟାର ସର୍ଚ୍ଚ ଅବରେସନ ପରେ ନଦୀ ଭିତରୁ କାର୍ ବାହାର କରାଯାଇଥିଲା ଏବଂ ସୁନୀଲ ଓ ତାଙ୍କର ୨ ପିଲାଙ୍କ ମର ଶରୀରକୁ ଗାଡ଼ିରୁ ବାହାରକୁ ଅଣାଯାଇଥିଲା। ଉକ୍ତ ଘଟଣାର ଏବେ ତଦନ୍ତ ଆରମ୍ଭ ହୋଇଛି।
ସମ୍ଭାଜୀନଗର : ମହାରାଷ୍ଟ୍ରର ନାଣ୍ଡେଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ସରକାରୀ ସ୍କୁଲ୍ ଶିକ୍ଷକ ତାଙ୍କ ବରିଷ୍ଠମାନଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଦେଇଛନ୍ତି। ଝିଅ ସାରା (୧୨) ଏବଂ ପୁଅ ସୁମିତ (୮)ଙ୍କ ସହ ଉକ୍ତ ଶିକ୍ଷକ ଜଣଙ୍କ ଆତ୍ମହତ୍ୟା କରିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ମୃତ ଶିକ୍ଷକଙ୍କ ନାଁ ସୁନୀଲ ମୋରେ (୪୨)। ଗୋଦାବରୀ ନଦୀକୁ ସୁନୀଲ ଜାଣିଶୁଣି ତାଙ୍କ କାର୍ ଖସାଇ ଦେଇଥିଲେ।

