ହନି ଟ୍ରାପ୍‌ରେ IAF ୱିଙ୍ଗ କମାଣ୍ଡର୍, ପାକିସ୍ତାନକୁ ଗୋପନୀୟ ସୂଚନା ଦେଇ ବନ୍ଧା ହେଲେ

Rights of an arrested person in india

ନୂଆଦିଲ୍ଲୀ: ହନି ଟ୍ରାପ୍‌ରେ ପଡି ଫଶିଗଲେ IAF ୱିଙ୍ଗ କମାଣ୍ଡର୍। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କୁ ପ୍ରତିରକ୍ଷା କାଗଜପତ୍ର ଲିକ୍ କରିବା ଅଭିଯୋଗରେ ଗିରଫ କରିଛି। ଜାତୀୟ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ସୂଚନା ଲିକ୍ କରିଥିବା ଅଭିଯୋଗରେ ଭାରତୀୟ ବାୟୁସେନା (IAF)ର ଜଣେ ୱିଙ୍ଗ କମାଣ୍ଡରଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଗିରଫ କରିଛି। ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍ ଆକ୍ଟର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ତଦନ୍ତକାରୀମାନେ କଥିତ ସୂଚନା ଲିକ୍‌ର ପରିସ୍ଥିତି ଏବଂ ଏଥିରେ ସମ୍ପୃକ୍ତ ନେଟୱର୍କର ଯାଞ୍ଚ କରୁଛନ୍ତି।

ପୋଲିସକୁ ସନ୍ଦେହ ରହିଛି ୱିଙ୍ଗ କମାଣ୍ଡରର ଏକମାତ୍ର ନୁହେଁ, ବଂର ଏଭଳି ବହୁ ଲୋକ ଏଭଳି ଗୁପ୍ତଚରୀ ଷଡଯନ୍ତ୍ରରେ ସାମିଲ ହୋଇପାରନ୍ତି। ମିଳିଥିବା ସୂଚନା ଅନୁସାରେ, ଏୟାର ଫୋର୍ସର ୱିଙ୍ଗ କମାଣ୍ଡରର ନିଜ ବ୍ୟକ୍ତିଗତ ଜୀବନର ଖରାପ ସମୟ ଦେଇ ଗତି କରୁଥିଲେ। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ସାକ୍ଷାତ ଜଣେ ମହିଳାଙ୍କ ସହ ହୋଇଥିଲା। ମହିଳା ଏବଂ ୱିଙ୍ଗ କମାଣ୍ଡରଙ୍କ ଭିତରେ ଆଲୋଚନ ଚାଲିଥିଲା ଓ ଭରସାର ଫାଇଦା ଉଠାଇ ମହିଳା ଜଣକ ବହୁ ପ୍ରକାର ପ୍ରତିରକ୍ଷା ସୂଚନା ହାସଲ କରିନେଇଥିଲେ। ଏହି ସମୟରେ କଥା ଜଣାପଡିଛି ଯେତେବେଳେ ମହିଳା ଜଣକ ନିଜର ସାଥି ୱିଙ୍ଗ କମାଣ୍ଡରଙ୍କ ସହ ପ୍ରତିରକ୍ଷା ୟୁନିଟକୁ ଯିବା ଆସିବା କରୁଥିଲେ।

ୱିଙ୍ଗ କମାଣ୍ଡରଙ୍କ ଉପରେ ଅଭିଯୋଗ ରହିଛି ସେ ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କୀତ ଗୋପନୀୟ ସୂଚନା ଓ ସେ ସମ୍ପର୍କିତ ଦସ୍ତାବିଜ ପାକିସ୍ତାନୀ ହାଣ୍ଡେଲରଙ୍କ ସହ ସେୟାର କରିଥିଲେ। ଏହି ମାମଲାରେ ଏବେ ୱିଙ୍ଗ କମାଣ୍ଡରଙ୍କ ଉପରେ ଅଫିସିଆଲ ସିକ୍ରେଟ୍ ଆକ୍ଟ ଅନୁସାରେ,ମାମଲା ରୁଜୁ କରାଯାଇଛି। ୱିଙ୍ଗ କମାଣ୍ଡର ମହିଳାଙ୍କ ମାଧ୍ୟମରେ ପାକିସ୍ତାନ ହାଣ୍ଡେଲର୍ସଙ୍କୁ ବହୁ ଦସ୍ତାବିଜ ଜାରି କରିଥିଲେ। ଏବେ ଏହି ମାମଲାର ଯାଞ୍ଚ କରାଯାଉଛି ଯେ, ତାହା କେଉଁ ଦସ୍ତାବିଜ ଥିଲା, ଯାହାକି ପାକିସ୍ତାନ ହାଣ୍ଡେଲରଙ୍କୁ ଦିଆଯାଇଥିଲା। ଏହି ମାମଲାକୁ ନେଇ ଏବେ ଏକ ବଡ ଖୁଲାସା ସାମନାକୁ ଆସିଛି। କୁହାଯାଉଛି ହନିଟ୍ରାପରେ ଫଶିଥିବା ମହିଳା ଜଣକ ବାୟୁସେନା ଅଧିକାରୀଙ୍କୁ ନିଜ ମୋବାଇଲରେ ଏକ ଆପ୍ ଇନଷ୍ଟଲ କରିବାକୁ କହିଥିଲେ। ଏହା ମାଧ୍ୟମରେ ଫଟୋ, ଭିଡିଓ ସହ ବହୁ ଦସ୍ତାବିଜ ପାକିସ୍ତାନୀ ହାଣ୍ଡେଲରଙ୍କୁ ସେୟାର କରିଥିଲେ।

Share