ବାତ୍ୟା ପୂର୍ବରୁ ସଜାଗ ଗଞ୍ଜାମ ପ୍ରଶାସନ, ଖାଦ୍ୟଠୁ ଆଶ୍ରୟ ଯାଏଁ ସବୁର ତଦାରଖ କଲେ ଅଧିକାରୀ

୧୩

ସୋରଡ଼ା: ବାତ୍ୟା ଆକଭାନକୁ ନେଇ ସଜାଗ ଗଞ୍ଜାମ ପ୍ରଶାସନ । ବାତ୍ୟା ଆଶ୍ରୟ ସ୍ଥଳୀ ବୁଲି ଦେଖିଲେ ଜିଲ୍ଲାପାଳ । ଆଜି ସୋରଡ଼ା ବ୍ଲକର ନୂଆଗଡ଼ ଗାଁର ବାତ୍ୟା ଆଶ୍ରୟସ୍ଥଳୀରେ ପହଂଚି ଲୋକଙ୍କ ସମସ୍ୟା ବୁଝିଥିଲେ । ସେମାନଙ୍କୁ ଦିଆଯାଉଥିବା ରନ୍ଧା ଓ ଶୁଖିଲା ଖାଦ୍ୟର ମାନ ପରଖିଶୁଖିଲା ଖାଦ୍ୟ ଓ ରନ୍ଡ଼ଧ ଦେଖିଲେ ଜିଲ୍ଲାପାଳ ଏବଂ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟର ମାନ ପରଖିଥିଲେ। ବର୍ଷା ପୂର୍ବରୁ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ଆଣିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ଅନ୍ୟପଟେ, ଓଡ଼ିଶାକୁ ବଢ଼ୁଛି ବିପଦ । ବାତ୍ୟା ‘ଅକଭାନ’କୁ ନେଇ ବଢ଼ିଲା ଚିନ୍ତା। ଓଡ଼ିଶା ଆଡକୁ ବଡ଼ ବିପଦ ମୁହାଁଉଛି । ଏବେ ପୁରୀଠାରୁ ୭୫୦ କିମି ଦୂରରେ ରହିଛି ବାତ୍ୟା । ‘ଅକଭାନ’ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା । ୧୯ ଓ ୨୦ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ।

Share