ଖଟିଆରେ ନଦୀ ପାର୍ ହେଲେ ରୋଗୀ, ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

୩

ରାୟଗଡା  :  ରାୟଗଡା ଜିଲ୍ଲାରୁ ପୁଣି ଆସିଛି  ଏକ ବିକଳ ଚିତ୍ର ।  ଖଟିଆରେ ଭରା ନଈରେ ପାର ହେଲେ ରୋଗୀ ।   ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ ।  ଫଳରେ ଜଣେ ରୋଗୀଙ୍କୁ ଖଟିଆରେ ବୋହି ନାଗାବଳୀ ନଦୀ ପାର୍ କରାଯାଇଛି ।  ବାତ୍ୟା ଯୋଗୁଁ ନଦୀରେ ସାମାନ୍ଯ ପାଣି ବଢିଥିବା ବେଳେ ରୋଗୀକୁ ଭରା ନଈ ପାର କରାଯାଇଛି ।  ଗତକାଲି ରାତିରେ ପୂଜାରୀବମ୍ବୁ ଗାଁର ଚାଣ୍ଟି ପିଡିକା ରୋଗାଗସ୍ତ ହୋଇ ଅସୁସ୍ଥ ହୋଇପଡିଥିଲେ ।  ଆଜି ସକାଳୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ  । ଆମ୍ବୁଲାନ୍ସଟି ନଦୀ ପାର୍ ହୋଇ ଆମ୍ବୁଲାନ୍ସଟି ପୂଜାରୀବମ୍ବୁ ଯାଇନଥିଲା ।  ପରେ ଖଟିଆରେ ଭରା ନଈ ପାର କରିବା ପରେ ଆମ୍ବୁଲାନ୍ସ ଯୋଗେ ରାୟଗଡା ସଦର ମେଡିକାଲକୁ ନିଆଯାଇଥିଲା ।

Share