ଗତ କିଛି ଦିନ ତଳେ ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ହୋଇଥିବା ଗୁଳିକାଣ୍ଡ ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ଏବେ ଏହି ମାମଲାର ଅଭିଯୁକ୍ତ ଆର୍‌ପିଏଫ୍‌ କନଷ୍ଟେବଳ ଚେତନ ସିଂଙ୍କ ବିରୋଧରେ ରେଲେଓ୍ଵ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରେଲେଓ୍ଵ ଅଭିଯୁକ୍ତ ଚେତନ ସିଂଙ୍କୁ ଚାକିରିରୁ ବହିଷ୍କାର କରିଦେଇଛି। ଅଭିଯୁକ୍ତ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି।

ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଘଟିଥିବା ଫାୟାରିଂ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ଏଏସ୍‌ଆଇ ଟିକାରାମଙ୍କ ସହ ଅନ୍ୟ ୩ ଜଣ ଯାତ୍ରୀ ଥିଲେ। ନିକଟରେ ଆର୍‌ପିଏଫ୍‌ କନଷ୍ଟେବଳଙ୍କର ଏଠାରେ ପୋଷ୍ଟିଂ ହୋଇଥିଲା।

କନଷ୍ଟେବଳ ନିଜ ରାଇଫଲ୍‌ରୁ ଗୁଳି ଚଳାଇଥିଲେ। ସୂଚନା ମିଳିଥିଲା ଯେ ପୋଷ୍ଟିଂକୁ ନେଇ ଚେତନ ସିଂଙ୍କର କୌଣସି ରାଗ ନ ଥିଲା। ସେ ନିଜ ହିସାବରେ ହିଁ ଏହି ପୋଷ୍ଟିଂ ମାଗିଥିଲେ। ଏହି ଗୁଳିକାଣ୍ଡ ଭାପିରୁ ବୋରିଓ୍ଵଲି ମୀରାରୋଡ୍‌ ଷ୍ଟେସନ ମଧ୍ୟରେ ଘଟିଥିଲା।

ତେବେ ଅଭିଯୁକ୍ତଙ୍କ ପତ୍ନୀଙ୍କ କହିବା ଥିଲା, ଚେତନ ସିଂଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିଲା ଏବଂ ତାଙ୍କର ଚିକିତ୍ସା ଚାଲିଥିଲା। ଏହି ଘଟଣା ଜୁଲାଇ ୩୧ ତାରିଖ ସକାଳ ୫ଟାରେ ଘଟିଥିଲା।

Share