ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩; ଅଲଗା ହେଲା ଲ୍ୟାଣ୍ଡର ‘ବିକ୍ରମ’

ନୂଆଦିଲ୍ଲୀ: ଆଉ ଅଳ୍ପ ସମୟର ଅପେକ୍ଷା  । ପାଖେଇ ପାଖେଇ ଆସୁଛି ଜହ୍ନମାମୁ ।  ଚନ୍ଦ୍ରର ଖୁବ ନିକଟତର ହୋଇ ଗଲାଣି ଚନ୍ଦ୍ରଯାନ-୩ । ଇତି ମଧ୍ୟରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର  ‘ବିକ୍ରମକ୍ଷ ସଫଳତା ପୂର୍ବକ ମହାକାଶ ଯାନରୁ ଅଲଗା ହୋଇଗଲାଣି ।…

ନ୍ୟୁୟର୍କରେ ବ୍ୟାନ୍ ହେଲା ଭିଡିଓ ଆପ୍ ଟିକ୍ ଟକ୍, ସୁରକ୍ଷା ଦୃଷ୍ଟିରୁ ନିଆଗଲା ନିଷ୍ପତ୍ତି

ନ୍ୟୁୟର୍କ: ପୁଣି ବ୍ୟାନ ହେଲା ଚାଇନା ଆପ୍ ଟିକ୍ ଟକ୍ । ନ୍ୟୁୟର୍କରେ ବ୍ୟାନ ହୋଇଛି ଟିକ୍ଟକ୍ । ସଟ ଭିଡିଓ ଆପ ଟିକଟକକୁ ବ୍ୟାନ କରିଛନ୍ତ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ । ସୁରକ୍ଷା କାରଣରୁ ଟିକ୍ଟକ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାରୀ । ପୂର୍ବରୁ ଆମେରିକାର ଏକାଧିକ ଷ୍ଟେଟ ଟିକ୍ ଟକ୍ ବ୍ୟାନ କରିଥିଲା । ଚାଇନା କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ କରିବା ଆଶଙ୍କାରେ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ ଟିକ୍ ଟକ୍ ଆପ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁୟର୍କ ଟାଇମ୍ସରୁ ସୂଚନା ମିଳିଛି । ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ ସନ୍ଦେହରେ ସରକାରୀ ଅଫିସିଆଲଙ୍କ ଫୋନରେ ଏହି ଆପ୍‌କୁ ବ୍ୟାନ କରାଯାଇଛି । ମେୟର ଏରିକ ଆଡମସ ମୁଖପାତ୍ର ଜୋନ ଏଲୋନ ଏକ ବିବୃତ୍ତିରେ କହିଛନ୍ତି, ନ୍ୟୁୟର୍କ ସିଟିରେ ଟେକ୍ନିକାଲ ନେଟୱାର୍କ ସୁରକ୍ଷାରେ ବିପଦ ସୃଷ୍ଟି ହୋଇଛି । ସିଟି କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ୩୦ ଦିନ ମଧ୍ୟରେ ନିଜ ଫୋନରୁ ଆପ୍ ହଟାଇବାକୁ ନିଷ୍ପତ୍ତି ହୋଇଛି । ପ୍ରକାଶ ଥାଉ କି, ପୂର୍ବରୁ ମାର୍ଚ୍ଚ ମାସରେ ସୁରକ୍ଷା ଚିନ୍ତା ଦର୍ଶାଇ ସଂସଦରେ ଟିକଟକ ବ୍ୟବହାର ବନ୍ଦ କରିଥିଲେ ବ୍ରିଟେନ ସରକାର । କୌଣସି ସାଂସଦଙ୍କ ଫୋନରେ ଚୀନ ଟିକ୍ ଟକ୍ ଆପ୍ ରହିବ ନାହିଁ ବୋଲି କହିଥିଲେ । ବ୍ରିଟେନ ସାଂସଦଙ୍କୁ ଟିକ୍ ଟକ୍ ମନା ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ରିଟେନ ପାର୍ଲାମେଣ୍ଟ ଏହି ଆପ୍ ଉପରେ ବ୍ୟାନ ଲଗାଇଥିଲେ । ପରବର୍ତ୍ତୀ ସମୟରେ ସରକାରୀ ଡିଭାଇସରୁ ଏହି ଆପ ହଟିଥିଲା । ସେହିପରି ଭାରତ ଗୋପନୀୟତା ଓ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି ଟିକ୍ ଟକ୍ ଆପକୁ ବ୍ୟାନ କରିଥିଲା । ଟିକ୍ ଟକ୍ ସମେତ ୫୯ଟି ଚାଇନା ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ଭାରତରେ ଟିକ୍ ଟକ୍ ସମେତ ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ୬ ବିଲିୟନ କ୍ଷତି ସହିଥିଲା ଚାଇନାର ଏକ କମ୍ପାନୀ । ଭାରତ ପରେ ଆମେରିକା ଟିକ୍ ଟକ୍ ବ୍ୟାନ କରିବା ନେଇ ଚର୍ଚ୍ଚା ହେଉଥିଲା । ଏହା ଛଡା ଚୀନ ଓ ଆମେରିକା ମଧ୍ୟରେ ବିବାଦ ବଢୁଥିବାରୁ ଟିକ୍ ଟକ୍ ବ୍ୟାନ କରିବାକୁ ବାଇଡେନ ସରକାର ଚୀନକୁ ସିଧା ସିଧା କହିଥିବା ଖବର ପ୍ରକାଶ ପାଇଥିଲା । ଆପ୍‌ ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ଚାଇନା ସରକାରଙ୍କୁ ପଠାଯାଉଥିବା ଅଭିଯୋଗ କରିଥିଲା ଆମେରିକା । Post navigation

ନେହେରୁଙ୍କ ପରିଚୟ ତାଙ୍କ କାମରେ ଅଛି , ନାଁରେ ନାହିଁ :ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ପୁନଃନାମକରଣ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଜି ଲଦାଖ ଯିବା ବେଳେ ବିମାନ ବନ୍ଦରରେ ରାହୁଲ କହିଛନ୍ତି  , ଯେ କେବଳ ନାଁ ପାଇଁ ନୁହେଁ , କାମ ପାଇଁ…

ତଦନ୍ତ ପାଇଁ ୨୯ ମହିଳା ଅଫିସର୍‌ଙ୍କ ସମେତ ୫୩ ଅଧିକାରୀଙ୍କୁ ମୁତୟନ କଲା CBI

ମଣିପୁର ହିଂସା ମାମଲାର ତଦନ୍ତ ପାଇଁ CBI ବୁଧବାର ସମସ୍ତ ର‍୍ୟାଙ୍କ୍‌ର ୨୯ ମହିଳା ଅଫିସର୍‌ଙ୍କ ସମେତ ୫୩ ଜଣ ଅଧିକାରୀଙ୍କୁ ମୁତୟନ କରିଛି। ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଉପ ମହାନିରୀକ୍ଷକ ର‍୍ୟାଙ୍କ୍‌ର ୩ ଅଧିକାରୀ ରାଜ୍ୟରେ ହିଂସା ମାମଲାର…

ଅଭିଯୁକ୍ତ RPF କନଷ୍ଟେବଳ ଚେତନ ସିଂ ଚାକିରିରୁ ବହିଷ୍କୃତ

ଗତ କିଛି ଦିନ ତଳେ ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ହୋଇଥିବା ଗୁଳିକାଣ୍ଡ ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ଏବେ ଏହି ମାମଲାର ଅଭିଯୁକ୍ତ ଆର୍‌ପିଏଫ୍‌ କନଷ୍ଟେବଳ ଚେତନ ସିଂଙ୍କ ବିରୋଧରେ ରେଲେଓ୍ଵ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରେଲେଓ୍ଵ…

ହିନ୍ଦୁ ଧର୍ମ ପୁରୁଣା, ସବୁ ମୁସଲମାନ ଆରମ୍ଭରୁ ହିନ୍ଦୁ ଥିଲେ-ଗୁଲାମ ନବି ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଢିଥିବା ଜମ୍ମୁକଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଆଜାଦ ଜମ୍ମୁ କଶ୍ମୀର ଲୋକଙ୍କୁ କହୁଛନ୍ତି, ହିନ୍ଦୁ ଧର୍ମ ଇସଲାମ…

କେମ୍ବ୍ରିଜକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ନୁହେଁ, ହିନ୍ଦୁ ହୋଇ ଆସିଛି: ଋଷି ସୁନକ

ଲଣ୍ଡନ : ବ୍ରିଟେନରେ ‘ଜୟ ସିଆରାମ’ ନାରା ଦେଇ ହିନ୍ଦୁ ଭାବେ ଗର୍ବ ଅନୁଭବ କଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ। କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ରାମ କଥା କାର୍ଯ୍ୟକ୍ରମରେ ଯୋଗ ଦେଇ ‘ମୁଁ ଏଠାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ନୁହେଁ, ବରଂ…

ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବାକୁ ଗ୍ରୀନ ସିଗ୍ନାଲ, ଚାଲିବ ୧୦ ହଜାର ଇଲେକ୍ଟ୍ରିକ ବସ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବାକୁ ଆଜି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଇଏମ ଏହି ଯୋଜନାକୁ ଅନୁମୋଦନ କରିଛି।ଏହି ଯୋଜନା ଅଧୀନରେ ଦେଶରେ ୧୦ ହଜାର ବିଦ୍ୟୁତ ଚାଳିତ ବସ୍‌ ଲଞ୍ଚ କରାଯିବ।…

ହିନ୍ଦୁ ଯୁବତୀଙ୍କ ସହ ଛିଡ଼ା ହୋଇଥିବା ମୁସଲିମ ଯୁବକଙ୍କୁ ପ୍ରବଳ ମାଡ଼, ଶୁଭିଲା ଜୟ ଶ୍ରୀରାମ ନାରା

ମୁମ୍ବାଇ : ମୁମ୍ବାଇର ବାନ୍ଦ୍ରା ଟମ୍ରିନସ ରେଳ ଷ୍ଟେସନରେ ଜଣେ ମୁସଲିମ ଯୁବକଙ୍କୁ ହୋଇଛି ପ୍ରବଳ ମାଡ଼। ଯୁବକ ଜଣଙ୍କ ଜଣେ ହିନ୍ଦୁ ଯୁବତୀଙ୍କ ସହ ଛିଡ଼ା ହୋଇଥିବା ବେଳେ କିଛି ଲୋକ ତାଙ୍କୁ ଭିଡ଼ା ଓଟରା କରିବା ସହ ମନଇଚ୍ଛା…

୧୮ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ: ଅଗଷ୍ଟ ୧୮ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କଥା ଆଜି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।ଜାରି କରିଥିବା ସତର୍କ ସୂଚନାରେ ଭାରତୀୟ ପାଣିପାଗ ବିଭାଗ କହିଛି, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ…