ପଞ୍ଚ ପଣ ଶପଥପାଠ କରାଇଲେ ଅର୍ଥମନ୍ତ୍ରୀ, କହିଲେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରାନ୍ତୁ

ପୁରୀ: ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ଦିନରେ ଶ୍ରୀଜିଉଙ୍କ ଦର୍ଶନ ସାରି ପେଣ୍ଠକଟାଠାରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଭିଭାଷଣ…

ମ୍ୟାଜିକ ମିରର ନାଁରେ ୯ ଲକ୍ଷ ଟଙ୍କା ଠକିଥିବା ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ମ୍ୟାଜିକ ମିରର ନାଁରେ ୯ ଲକ୍ଷ ଟଙ୍କାର ଠକେଇ। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ତିନି ଜଣ ପଶ୍ଚିମବଙ୍ଗର। କାନପୁରର ଅବିନାଶ ଶୁକ୍ଳାଙ୍କୁ   ଏମାନେ ଠକିଥିଲେ। ଅଭିଯୁକ୍ତଙ୍କ ଠାରୁ ୨୮ହଜାର ଟଙ୍କା, ୫ଟି ମୋବାଇଲ,…

ବିଏମସି ପକ୍ଷରୁ ସବୁ ସ୍କୁଲରେ କରାଯିବ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଏମସି ପକ୍ଷରୁ ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ , ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ। ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର…

ତଦନ୍ତ ପାଇଁ ୨୯ ମହିଳା ଅଫିସର୍‌ଙ୍କ ସମେତ ୫୩ ଅଧିକାରୀଙ୍କୁ ମୁତୟନ କଲା CBI

ମଣିପୁର ହିଂସା ମାମଲାର ତଦନ୍ତ ପାଇଁ CBI ବୁଧବାର ସମସ୍ତ ର‍୍ୟାଙ୍କ୍‌ର ୨୯ ମହିଳା ଅଫିସର୍‌ଙ୍କ ସମେତ ୫୩ ଜଣ ଅଧିକାରୀଙ୍କୁ ମୁତୟନ କରିଛି। ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଉପ ମହାନିରୀକ୍ଷକ ର‍୍ୟାଙ୍କ୍‌ର ୩ ଅଧିକାରୀ ରାଜ୍ୟରେ ହିଂସା ମାମଲାର…

ସିଧାସଳଖ ଲୋକଙ୍କ ଠାରୁ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ  ସିଧା ସଳଖ ଲୋକଙ୍କ ଠାରୁ ଜମି କିଣାଯିବ ।  ରାଜ୍ୟ ସରକାର ଲୋକଙ୍କଠାରୁ ସିଧାସଳଖ ଜମି କିଣି ପ୍ରକଳ୍ପ କାମ…

ଅଭିଯୁକ୍ତ RPF କନଷ୍ଟେବଳ ଚେତନ ସିଂ ଚାକିରିରୁ ବହିଷ୍କୃତ

ଗତ କିଛି ଦିନ ତଳେ ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ହୋଇଥିବା ଗୁଳିକାଣ୍ଡ ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ଏବେ ଏହି ମାମଲାର ଅଭିଯୁକ୍ତ ଆର୍‌ପିଏଫ୍‌ କନଷ୍ଟେବଳ ଚେତନ ସିଂଙ୍କ ବିରୋଧରେ ରେଲେଓ୍ଵ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରେଲେଓ୍ଵ…

ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:  JEE ପରୀକ୍ଷା ପରିଚାଳନା ବିଭ୍ରାଟ ମାମଲାରେ ମାର୍କସିଟ ଘୋଟାଲାର ତଦନ୍ତ କରିବ ସିବିଆଇ। ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ। ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଆ…

ହିନ୍ଦୁ ଧର୍ମ ପୁରୁଣା, ସବୁ ମୁସଲମାନ ଆରମ୍ଭରୁ ହିନ୍ଦୁ ଥିଲେ-ଗୁଲାମ ନବି ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଢିଥିବା ଜମ୍ମୁକଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଆଜାଦ ଜମ୍ମୁ କଶ୍ମୀର ଲୋକଙ୍କୁ କହୁଛନ୍ତି, ହିନ୍ଦୁ ଧର୍ମ ଇସଲାମ…

ବଡ଼ବେତରା ଗ୍ରାମପଞ୍ଚାୟତରେ ୭୭ତମ ସ୍ବାଧୀନତା ଦିବସ ପାଳନ ଓ ବୃକ୍ଷରୋପଣ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅର୍ନ୍ତଗତ ବଡବେତରା ଗ୍ରାମ ପଞ୍ଚାୟତରେ ୭୭ ତମ ସ୍ବାଧୀନତା ଦିବସ ପାଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ସ୍ବାଧୀନତା ଦିବସ ଦିନ ସକାଳେ ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟରେ…

ଆସନ୍ତାବର୍ଷ ଫେବ୍ରୁଆରୀ ୧୪ରେ ପ୍ଲସ ଟୁ ପରୀକ୍ଷା, ମାର୍ଚ୍ଚ ୧୩ ଯାଏ ଚାଲିବ

ଭୁବନେଶ୍ୱର:  ଆସନ୍ତାବର୍ଷ ଫେବୃୟାରୀ ୧୪ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା  । ଉଭୟ କଳା,ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ପରୀକ୍ଷା ୨୦୨୪  ଫେବୃଆରୀ  ୧ ୪ ତାରିଖରୁ ଆରମ୍ଭ ହେବ । ଏହା  ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ…