August 2026

ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ ସିଜ୍‌ ହେବ ଗାଡି

ଭୁବନେଶ୍ୱର : ଅମାନିଆ ଗାଡି ଚାଳକଙ୍କୁ ଆଉ ତ୍ରାହିଁ ନାହିଁ । ବିନା ଇନସ୍ୟୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ୍‌ ନଥାଇ ଗାଡି ଚଳାଇଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ । ଯେଉଁସବୁ ଗାଡ଼ିର ବୀମା ନଥିବ ଏବଂ ବାରମ୍ବାର ଜରିମାନା ଚାଲାଣ କଟୁଥିବା ସତ୍ତ୍ୱେ…

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ନୟାଗଡ଼: ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମରୁ ଏକ ମର୍ମନ୍ତୁଦ ଏବଂ ଉତ୍ତେଜନାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଏବଂ ଭୁଲ୍ ଇଞ୍ଜେକସନ ପ୍ରୟୋଗ ଯୋଗୁଁ ଜଣେ ଯୁକ୍ତ ତିନି…

କେନ୍ଦ୍ର ସରକାର ଆଣିଲେ ସଂଶୋଧିତ ଏମ୍‌ଏମ୍‌ଡିଆର୍‌ ବିଲ୍‌, ଖଣି ଉପରେ ମନଇଚ୍ଛା ଟିକସ ଲଗାଇ ପାରିବେନି ରାଜ୍ୟ !

ଭୁବନେଶ୍ୱର: ଖଣି ଉପରେ କେନ୍ଦ୍ରର ପୂର୍ଣ୍ଣ ନିୟନ୍ତ୍ରଣ ରହିବ କି? ଖଣି ଓ ଖଣିଜ ସମ୍ପଦକୁ ନେଇ କେନ୍ଦ୍ର ସରକାର ଆଣିଛନ୍ତି ସଂଶୋଧିତ ଏମ୍‌ଏମ୍‌ଡିଆର୍‌ ବିଲ୍‌। ସଂସଦର ମୌସୁମୀ ଅଧିବେଶନରେ, କେନ୍ଦ୍ର ସରକାର ଖଣି ଏବଂ ଖଣିଜ ସମ୍ବନ୍ଧୀୟ ନିୟମ ସଂଶୋଧନ…

ଦୁର୍ନୀତି ନିରାକରଣ ଓ ସ୍ୱଚ୍ଛ ଶାସନ ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ। ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଲୋକାୟୁକ୍ତ ଗଠନ ପ୍ରକ୍ରିୟାକୁ ନେଇ ଆଲୋଚନା ହୋଇଥିବା ବେଳେ ଖୁବଶୀଘ୍ର ରାଜ୍ୟରେ ଲୋକାୟୁକ୍ତ ଗଠନ କରାଯିବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ…

ଓଡ଼ିଶା ଡିଜିପି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ମାମଲା, ଆସନ୍ତା ୧୨ରେ ଶୁଣାଣି

ନୂଆଦିଲ୍ଲୀ: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଏକ ଗୁରୁତର ଅଭିଯୋଗ ଉଠିଛି। DGP ନିଯୁକ୍ତି ନେଇ ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ ଓଡ଼ିଶା ସରକାର ଏଡ଼ାଇବାକୁ ଚେଷ୍ଟା କରୁଥିବା ଦର୍ଶାଇ ଏକ ଜନସ୍ୱାର୍ଥ…

ନୀଳାଦ୍ରି ବିହାରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ୱର: ରାଜଧାନୀରେ ପୁଣି ବୁଲିଲା ବୁଲଡୋଜର। ନୀଳାଦ୍ରି ବିହାର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି। ବିଏମସି ଏବଂ ବିଡିଏ ପକ୍ଷରୁ ମିଳିତ ଭାବେ ଏହି ବଡ଼ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି ।…

ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ, କଲେଜରେ ସକ୍ରିୟ ହେବ ଆଣ୍ଟି-ରାଗିଂ ସ୍କ୍ୱାଡ୍

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ କ୍ୟାମ୍ପସ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ବାଧ୍ୟତାମୂଳକ ସୁରକ୍ଷା କମିଟି ଏବଂ ଆଣ୍ଟି-ରାଗିଂ ବ୍ୟବସ୍ଥା ଗଠନ କିମ୍ବା…

ମୋଜତାବା ଖାମେନିଙ୍କ ମୃତ୍ୟୁକୁ ନେଇ ଇରାନର କଡ଼ା ଜବାବ, ଜାରି କଲା ଭିଡିଓ

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଇସ୍ରାଏଲୀ ଗଣମାଧ୍ୟମରେ ପ୍ରସାରିତ ଗୁଜବ ମଧ୍ୟରେ ତେହେରାନ ଏକ ଭିଡିଓ ଜାରି କରିଛି। ଇରାନର ଅର୍ଦ୍ଧ-ସରକାରୀ ସମାଚାର ଏଜେନ୍ସି ମେହର ନ୍ୟୁଜ୍ ଉକ୍ତ ଭିଡିଓଟିକୁ ଜାରି କରିଛି। ଭିଡିଓ ରେକର୍ଡିଂର…

ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ଦୁଇଜଣଙ୍କ ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ରିପୋର୍ଟ କରିଛନ୍ତି ଯେ ଗତ…

ହର୍ମୁଜ ଖୋଲିଲେ ଯୁଦ୍ଧ ବନ୍ଦ କରିବ ଆମେରିକା!

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦିଓ ଇରାନ ସ୍ପଷ୍ଟ କରିଛି ଯେ ଏକ ଚୁକ୍ତି ସତ୍ତ୍ୱେ ଆମେରିକା ଏହାର ପ୍ରମୁଖ ସର୍ତ୍ତଗୁଡ଼ିକୁ ଗ୍ରହଣ କଲେ ହିଁ ହର୍ମୁଜ…